17 August 2017
7:06:59 PM
Sambad News
ବାଣିଜ୍ୟ

ମାଇଁ ଜିଓ ଆପ୍‌ ଡାଉନ୍‌ଲୋଡ୍‌ ୧୦ କୋଟି ଟପିଲା

By Sambad | Date: Aug 12 2017 12:42AM
ମାଇଁ ଜିଓ ଆପ୍‌ ଡାଉନ୍‌ଲୋଡ୍‌ ୧୦ କୋଟି ଟପିଲା

ମୁମ୍ବାଇ: ରିଲାଏନ୍ସ ଜିଓର ମାଇଁଜିଓ ଆପ୍‌ ଡାଉନ୍‌ଲୋଡ୍‌ ପରିମାଣ ୧୦ କୋଟି ଅତିକ୍ରମ କରିଛି। ଏଥି ସହିତ ଏହା ଦ୍ୱିତୀୟ ଭାରତୀୟ ଆପ୍‌ ହୋଇଛି ଯାହା ଏତେ ସଂଖ୍ୟାରେ ଡାଉନ୍‌ଲୋଡ୍‌ କରାଯାଇଛି। ଆଣ୍ଡ୍ରଏଡ୍‌ ପ୍ଲାଟଫର୍ମ ଗୁଗୁଲ୍‌ ପ୍ଲେରେ ଡାଉନ୍‌ଲୋଡ୍‌ ଏତେ ଅଧିକ ହୋଇଛି। ମାଇଁ ଜିଓଠାରୁ ଆଗରେ ରହିଛି ହଟ୍‌ଷ୍ଟାର୍‌। ଏହା ୧୦ କୋଟିଠାରୁ ଅଧିକ ଡାଉନ୍‌ଲୋଡ୍‌ ହୋଇଛି। ଏକ ବର୍ଷ ଭିତରେ ମାଇଁଜିଓ ଆପ୍‌ର ଡାଉନ୍‌ଲୋଡ୍‌ ୧୦ କୋଟି ଅତିକ୍ରମ କରିଛି। ଅନ୍ୟ ମୋବାଇଲ୍‌ କଂପାନିଗୁଡ଼ିକ ପକ୍ଷରୁ ଜାରି କରାଯାଇଥିବା ଆପ୍‌ର ଡାଉନ୍‌ଲୋଡ୍‌ ପରିମାଣରକୁ ମିଶାଇଲେ ମାଇଁ ଜିଓ ଆପ୍‌ ଡାଉନ୍‌ଲୋଡ୍‌ ପରିମାଣ ପାଖାପାଖି ରହିବ। ଜିଓ ଟିଭି ୫୦ ନିୟୁତରୁ ଅଧିକ ଥର ଡାଉନ୍‌ଲୋଡ୍‌ ହୋଇଛି।