18 August 2017
8:12:19 PM
Sambad News
ବାଣିଜ୍ୟ

ଓଡ଼ିଶା ପୋର୍ଟାଲ୍‌ରେ ସାମିଲ ହେବ ଏନ୍‌ପିଏସ୍‌ େଓ୍ଵବପେଜ୍‌

By Sambad | Date: Jan 11 2017 1:17AM
ଓଡ଼ିଶା ପୋର୍ଟାଲ୍‌ରେ ସାମିଲ ହେବ ଏନ୍‌ପିଏସ୍‌ େଓ୍ଵବପେଜ୍‌

ଭୁବନେଶ୍ୱର: ରାଷ୍ଟ୍ରୀୟ ପେନ୍‌ସନ୍‌ ଯୋଜନା (ଏନ୍‌ପିଏସ୍‌)ରେ ରାଜ୍ୟ ସରକାରଙ୍କ ୧ ଲକ୍ଷ ୧୫ ହଜାର କର୍ମଚାରୀ ଅନୁବନ୍ଧିତ ହୋଇସାରିଲେଣି। ଏହି ଯୋଜନାରେ ୧୮ଟି ରାଜ୍ୟ ସ୍ୱଂୟଶାସିତ ସଂସ୍ଥା ସାମିଲ ହୋଇଥିବା ଜଣାପଡ଼ିଛି। ଏନ୍‌ପିଏସ୍‌ରେ ସାମିଲ ହୋଇଥିବା ରାଜ୍ୟ କର୍ମଚାରୀମାନଙ୍କ ରେକର୍ଡର ରକ୍ଷଣାବେକ୍ଷଣ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। କର୍ମଚାରୀଙ୍କ ରେକର୍ଡ ରଖିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଓଡ଼ିଶାକୁ ପେନ୍‌ସନ୍‌ ପାଣ୍ଠି ନିୟାମକ କର୍ତୃପକ୍ଷ (ପିଏଫ୍‌ଆର୍‌ଡିଏ) ପକ୍ଷରୁ ସମ୍ମାନିତ କରାଯାଇଛି। ରାଜ୍ୟ ସ୍ୱଂୟଶାସିତ ସଂସ୍ଥାଗୁଡ଼ିକର ଅନ୍ତର୍ଭୁକ୍ତିିକରଣ ଓ ପଞ୍ଜୀକରଣ ପାଇଁ ଓଡ଼ିଶା ଦେଶର ଦ୍ୱିତୀୟ ସର୍ବୋତ୍ତମ ରାଜ୍ୟର ମାନ୍ୟତା ପାଇଛି।

ଆଜି କୋଷାଗାର ନିର୍ଦେଶାଳୟରେ ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହୀନ କାନ୍ତ ପାଣ୍ଡେଙ୍କ ଦ୍ୱାରା ଏନ୍‌ପିଏସ୍‌ କାର୍ଯ୍ୟକାରିତା ସଂପର୍କିତ କର୍ମଶାଳା ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ ଶ୍ରୀ ପାଣ୍ଡେ କହିଛନ୍ତି ଯେ ୨୦୦୫ରୁ ଓଡ଼ିଶା ଏନ୍‌ପିଏସ୍‌କୁ ଗ୍ରହଣ କରିଛି। ରାଜ୍ୟର ସମସ୍ତ ସ୍ୱଂୟଶାସିତ ସଂସ୍ଥା ଓ ସାଧାରଣ ଉଦ୍ୟୋଗଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏନ୍‌ପିଏସ୍‌ ଗ୍ରହଣ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପେନ୍‌୍‌ସନ୍‌ ଖାତାରେ କର୍ମଚାରୀଙ୍କ ଅର୍ଥ ଜମା ହେବା ଓ ଅବସର ପରେ ସେମାନେ ଯେଭଳି ଜମାରାଶିକୁ ସହଜରେ ପାଇପାରିବେ ସେଥିପ୍ରତି ସରକାର ପ୍ରାଧାନ୍ୟ ଦେଉଛନ୍ତି। ଓଡ଼ିଶା ପୋର୍ଟର୍ାଲ୍‌ରେ ଏନ୍‌ପିଏସ୍‌ େଓ୍ଵବ୍‌ପେଜ୍‌କୁ ସଂଯୋଗ କରାଯିବ ବୋଲି ସେ କହିଛନ୍ତି। ସେଥିରେ ଏନ୍‌ପିଏସ୍‌ରେ ସାମିଲ ହୋଇଥିବା ସମସ୍ତ କର୍ମଚାରୀଙ୍କ ତଥ୍ୟ ରହିବ। ଏହି େଓ୍ଵବ୍‌ପେଜ୍‌ରେ ଅଭିଯୋଗ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ରହିବ ବୋଲି ସେ କହିଛନ୍ତି।