19 September 2017
5:04:45 PM
Sambad News
ବାଣିଜ୍ୟ

ଇପିଏଫ୍‌ଓର ସଦସ୍ୟ, ପେନ୍‌ସନ୍‌ଭୋଗୀଙ୍କୁ ଆଧାର ଦେବାକୁ ପଡ଼ିବ

By Sambad | Date: Jan 12 2017 1:36AM
ଇପିଏଫ୍‌ଓର ସଦସ୍ୟ, ପେନ୍‌ସନ୍‌ଭୋଗୀଙ୍କୁ ଆଧାର ଦେବାକୁ ପଡ଼ିବ

ଭୁବନେଶ୍ୱର: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପେନ୍‌ସନ୍‌ ସ୍କିମ୍‌ର ସଦସ୍ୟ ଓ ପେନ୍‌ସନ୍‌ଭୋଗୀଙ୍କୁ  ପାଇଁ ଆଧାର ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ତେଣୁ ସେମାନଙ୍କୁ ନିଜର ପରିଚୟର ପ୍ରମାଣ ଦେବା ପାଇଁ ଆଧାର କାର୍ଡ ଦାଖଲ କରିବାକୁ ପଡ଼ିବ। ଯେଉଁମାନଙ୍କ ପାଖରେ ଆଧାର କାର୍ଡ ନାହିଁ ସେମାନେ ଆଧାର ପଞ୍ଜିକରଣ ପ୍ରମାଣପତ୍ର ଦାଖଲ କରିପାରିବେ। ଯେଉଁ ପେନ୍‌ସନ୍‌ ଉପଭୋକ୍ତାମାନେ ବାୟୋମେଟ୍ରିକ୍‌ ଜୀବନ ପ୍ରମାଣପତ୍ର ଦାଖଲ କରିନାହାନ୍ତି ସେମାନଙ୍କୁ ତୁରନ୍ତ ନିକଟସ୍ଥ ଭବିଷ୍ୟନିଧି କାର୍ଯ୍ୟାଳୟ, ଜନସେବା କେନ୍ଦ୍ର କିମ୍ବା ବ୍ୟାଙ୍କରେ ନିଜର ବାୟୋମେଟ୍ରିକ୍‌ ସଲଗ୍ନ ଜୀବନ ପ୍ରମାଣପତ୍ର ପଞ୍ଜୀକରଣ କରାଇବାକୁ ପଡ଼ିବ। ଆଧାର ପଞ୍ଜୀକରଣ କରିନଥିବା ସଦସ୍ୟ ଓ ପେନ୍‌ସନ୍‌୍‌ଭୋଗୀମାନଙ୍କୁ ଜାନୁଆରି ୩୧ ସୁଦ୍ଧା ଆଧାର ପଞ୍ଜୀକରଣ କରିବାକୁ ପଡ଼ିବ। କର୍ମଚାରୀ ପେନସନ୍‌ ଯୋଜନା ଅନ୍ତର୍ଗତ ସମସ୍ତ ସଦସ୍ୟ ଓ ପେନ୍‌ସନ୍‌ଭୋଗୀମାନଙ୍କୁ ଏହି ନିୟମ ବିଷୟରେ ଅବଗତ କରିବାକୁ ଇପିଏଫ୍‌ଓ ପକ୍ଷରୁ ନିଯୁକ୍ତିଦାତାମାନଙ୍କୁ ଅନୁରୋଧ କରାଯାଇଛି। 

image