30 March 2017
8:10:37 AM
Sambad News
ବାଣିଜ୍ୟ

ସ୍ମାର୍ଟଫୋନ୍‌ ‘ରେଡମି ନୋଟ-୪’ର ବଜାର ପ୍ରବେଶ ୧୯ରେ!

By Sambad | Date: Jan 11 2017 9:05PM
ସ୍ମାର୍ଟଫୋନ୍‌ ‘ରେଡମି ନୋଟ-୪’ର ବଜାର ପ୍ରବେଶ ୧୯ରେ!
The Indian Express

ନୂଆଦିଲ୍ଲୀ: ଗତ ଅଗଷ୍ଟରେ ଚୀନରେ ଲଞ୍ଚ କରିଥିବା ସୋଆମୀ ନୂଆବର୍ଷ ଅବସରରେ ଭାରତରେ ପୁଣି ଏକ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ କରିବାକୁ ଯାଉଛି। କଂପାନିର  ରେଡମୀ ନୋଟ-୪ ଜାନୁଆରି ୧୯ରେ ଭାରତୀୟ ବଜାରରେ ପ୍ରବେଶ କରିବବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂପାନି ତରଫରୁ ଏକ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ ବିଶେଷ କାର୍ଯ୍ୟକ୍ରମରେ ରେଡମୀ ନୋଟ୍‌-୪ ଲଞ୍ଚ ହେବ। 

ସଂକ୍ଷେପରେ ରେଡମୀ ନୋଟ୍‌ -୪
-ମେଟାଲ ଫେନ୍ସି ନୋଟ୍‌-୪ରେ ୫.୫ଇଞ୍ଚ ସ୍କ୍ରିନ୍‌ 
-୧୦୮୦X୧୯୨୦ ପିକ୍‌ସେଲ୍‌ ରିଜ୍ୟୁଲେସନ୍‌
-ଉନ୍ନତମାନର ଫୋନ୍‌ ପ୍ରୋସେସର
-୧୩ ମେଗାପିକ୍‌ସେଲ୍‌ ରିୟର କ୍ୟାମେରା, ୫ ମେଗାପିକ୍‌ସେଲ ଫ୍ରଣ୍ଟ କ୍ୟାମେରା
-ଡୁଆଲ ଏଲଇଡି ଫ୍ଲାସ
-୪ଜି ଭୋଲଟିଇ, ୟୁଏସ୍‌ବି ଫିଚର ଓ ୪୧୦୦ଏମ୍‌ଏଏଚ୍‌ ବ୍ୟାଟେରି ରହିଛି। 
-୧୬ଜିବ ମେମୋରି ଯୁକ୍ତ ଫୋନ୍‌ ଭାରତୀୟ ମୁଦ୍ରାରେ ୯୯୯୯ଟଙ୍କା ହୋଇଥିବାବେଳେ, ୬୪ଜିବି ଯୁକ୍ତ ଫୋନ୍‌ର ମୂଲ୍ୟ ୧୨,୦୦୦ଟଙ୍କା।