30 March 2017
8:12:36 AM
Sambad News
ବାଣିଜ୍ୟ

ଅନଲାଇନ୍‌ରେ ୫ଟି ପ୍ରମୁଖ ସେବା ଦେବାକୁ ବିଭାଗମାନଙ୍କୁ ନିର୍ଦେଶ

By Sambad | Date: Jan 11 2017 1:19AM
ଅନଲାଇନ୍‌ରେ ୫ଟି ପ୍ରମୁଖ ସେବା ଦେବାକୁ  ବିଭାଗମାନଙ୍କୁ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟର ବ୍ୟବସାୟ ବାତାବରଣରେ ଉନ୍ନତି ଆଣିବା ପାଇଁ ଯେଉଁ ସବୁ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ଚିହ୍ନଟ କରାଯାଇଛି ତାହାକୁ ତୃଣମୂଳ ସ୍ତରରେ ଠିକ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଛନ୍ତି। ସହଜ ବ୍ୟବସାୟ ବାତାବରଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସଚିବ ଆଜି ସବୁ ବିଭାଗଗୁଡ଼ିକୁ କହିଛନ୍ତି ଯେ ନିଜର ଅନଲାଇନ୍‌ ପ୍ଲାଟଫର୍ମରେ ଗୁରୁତ୍ୱପୂର୍ଣ୍ଣ ୫ଟି ସୁବିଧା ଉପଲବ୍ଧ କରାଅ।  ବୈଠକରେ ଅଧ୍ୟକ୍ଷତା କରି ସେ କହିଥିଲେ ଯେ ଗତବର୍ଷ ଓଡ଼ିଶାକୁ ସହଜ ବ୍ୟବସାୟ ବାତାରଣ (ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌)ର ଅଗ୍ରଣୀ ରାଜ୍ୟ ଭାବେ ମାନ୍ୟତା ପ୍ରଦାନ କରାଯାଇଥିଲା। ନିର୍ଧାରିତ ସମୟ ମଧ୍ୟରେ ସମସ୍ତ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ୨୦୧୫ରେ ରାଜ୍ୟ ସରକାର ବ୍ୟବସାୟ ପ୍ରକ୍ରିୟାକୁ ଅନେକ ମାତ୍ରାରେ ସହଜ କରିଥିଲେ। ନିବେଶକ ଓ ଉଦ୍ୟୋଗୀଙ୍କ ପାଇଁ ଅନେକ ପ୍ରକ୍ରିୟାକୁ ଅନଲାଇନ୍‌ରେ ଉପଲବ୍ଧ କରାଯାଇଥିଲା। ରାଜ୍ୟର ୩୧୦ଟି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଗତବର୍ଷ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଥିଲା। ସେହି ଆକ୍ସନ ପ୍ଲାନ୍‌ର ଅଗ୍ରଗତି ବିଷୟରେ ଆଜିର ବୈଠକରେ ସମୀକ୍ଷା କରାଯାଇଥିଲା।