24 September 2017
10:46:10 AM
Sambad News
ବାଣିଜ୍ୟ

ଏଣିକି ବସ୍‌ରେ ହେବ ଶୌଚାଳୟ

By Sambad | Date: May 19 2017 6:40PM
ଏଣିକି ବସ୍‌ରେ ହେବ ଶୌଚାଳୟ

ଭୁବନେଶ୍ୱର: ଏଣିକି ଓଡ଼ିଶାରେ ଦୂରସ୍ଥାନକୁ ଯାତ୍ରା କରୁଥିବା ବସ୍‌ଗୁଡ଼ିକ ମଧ୍ୟରେ ଟଏଲେଟ୍‌ ସୁବିଧା ରହିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ସୂଚନା ଦେଇଛନ୍ତି। ଡ. ସାହୁ ବୁଧବାର ଦିନ ନୂଆକରି ସଚିବାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଅନ୍ୟ ରାଜ୍ୟର ଯାତ୍ରୀବାହୀ ବସ୍‌ଗୁଡ଼ିକରେ ଶୌଚାଳୟ ବ୍ୟବସ୍ଥା ହୋଇ ସାରିଥିଲେ ବି ଏଦିଗରେ ଓଡ଼ିଶା ପଛୁଆ ରହିଥିଲା। ତେବେ, ଯେଉଁ ବସ୍‌ଗୁଡ଼ିକ ୫୦୦ କିଲୋମିଟରରୁ ଅଧିକ ଦୂର ଯାତ୍ରା କରିବେ ସେହି ବସ୍‌ଗୁଡ଼ିକରେ ଏହି ସୁବିଧା ରହିବ ବୋଲି ଡ. ସାହୁ ସୂଚନା ଦେଇଛନ୍ତି। ଏଣିକି ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ ଜଣାଇଛନ୍ତି।

image