01 March 2017
11:16:16 PM
Sambad News
ବାଣିଜ୍ୟ

ଜିଓକୁ ଆଇନ ଭାଙ୍ଗିବାରେ ସାହାଯ୍ୟ କରୁଛି ଟ୍ରାଇ: ଏୟାର୍‌ଟେଲ୍‌

By Sambad | Date: Jan 11 2017 8:30PM
ଜିଓକୁ ଆଇନ ଭାଙ୍ଗିବାରେ ସାହାଯ୍ୟ କରୁଛି ଟ୍ରାଇ: ଏୟାର୍‌ଟେଲ୍‌

ନୂଆଦିଲ୍ଲୀ: ଭାରତୀ ଏୟାର୍‌ଟେଲ୍‌ ଜାରି ରଖିଛି ତା’ର ଜିଓ ବିରୋଧୀ ଅଭିଯାନ। ମଙ୍ଗଳବାର ଏୟାର୍‌ଟେଲ୍‌ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ)କୁ କାଠଗଡ଼ାକୁ ଟାଣିଛି। ଟେଲିକମ୍‌ ଟ୍ରିବ୍ୟୁନାଲ୍‌ରେ ପିଟିସନ୍‌ ଦାୟର କରି ଏୟାର୍‌ଟେଲ୍‌ ଅଭିଯୋଗ କରିଛି କି ରିଲାଏନ୍‌ସ ଜିଓକୁ ବେଆଇନ୍‌ ଭାବେ ମାଗଣା ସେବା ଯୋଗାଇବାରେ ସୁବିଧା ଦେଉଛି ଟ୍ରାଇ। ଟ୍ରାଇ ଚତୁରତାର ସହ ଏହି କାର୍ଯ୍ୟ କରୁଛି। 
 
ମଙ୍ଗଳବାର ଟେଲିକମ୍‌ ଡିସ୍‌ପୁଟ୍‌ସ ସେଟେଲ୍‌ମେଣ୍ଟ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲ (ଟିଡିସ୍ୟାଟ)ରେ ଏକ ଆଫିିଡେଭିଟ୍‌ ଦାଖଲ କରିଏୟାର୍‌ଟେଲ୍‌ ଦର୍ଶାଇଛି କି ୯୦ ଦିନ ପରେ ପ୍ରମୋସ୍‌ନାଲ୍‌ ଅଫର୍‌ ଦେବାର ଆଇନ୍‌ ନ ଥିଲେ ମଧ୍ୟ ଟ୍ରାଇ ରିଲାଏନ୍ସ୍‌ ଜିଓକୁ ଅଫର୍‌ର ନାମ ବଦଳାଇ ବେଆଇନ୍‌ ମାଗଣା ସେବା ଦେବାକୁ ଅନୁମତି ଦେଇଛି।
 
ରିଲାଏନ୍ସ ଜିଓର ମାଗଣା ସେବାକୁ ବନ୍ଦ କରିବାକୁ ଏୟାର୍‌ଟେଲ୍‌ ଦାବି କରୁଛି। ଟ୍ରାଇ ନୀରବଦ୍ରଷ୍ଟା ନ ହୋଇ ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛି ଏୟାର୍‌ଟେଲ୍‌।