18 January 2017
7:10:23 AM
Sambad News
ବାଣିଜ୍ୟ

ଜିଓକୁ ଟକ୍କର ଦେବାକୁ ସାଥୀ ଖୋଜୁଛି ଭୋଡ଼ାଫୋନ୍‌

By Sambad | Date: Jan 11 2017 3:15PM
ଜିଓକୁ ଟକ୍କର ଦେବାକୁ ସାଥୀ ଖୋଜୁଛି ଭୋଡ଼ାଫୋନ୍‌

ମୁମ୍ବାଇ: ଦେଶର ଦ୍ୱିତୀୟ ବଡ଼ ଟେଲିକମ୍‌ କମ୍ପାନି ଭୋଡ଼ାଫୋନ୍‌ ରିଲାଏନ୍‌ଓ୍‌ ଜିଓକୁ ଟକ୍କର ଦେବା ପାଇଁ ଏବେ ଅନ୍ୟ ଏକ ଟେଲିକମ୍‌ କମ୍ପାନିର ସହଯୋଗ ସନ୍ଧାନରେ ଥିବା ଜାଣିବାକୁ ମିଳିଛି। ଜିଓକୁ ଟକ୍କର ଦେଇ ନିକଟରେ ଟେଲିକମ୍‌ କମ୍ପାନିଗୁଡ଼ିକ ନାନା ଅଫର୍‌ ପ୍ରଦାନ କରିଥିଲେ ବି ସେଥିରେ ସେମାନେ ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି। କାହିଁକି ନା ନିକଟରେ ହୋଇଥିବା ଏକ ସର୍ଭେରୁ ସ୍ପଷ୍ଟ ହୋଇଛି ପ୍ରାୟ ୮୫% ଗ୍ରାହକ ଏବେ ରିଲାଏନ୍ସ ଜିଓ ବ୍ୟବହାର କରୁଛନ୍ତି। 
 
ଉଲ୍ଲେଖଯୋଗ୍ୟ, ଜିଓର େଓ୍ଵଲ୍‌କମ୍‌ ଅଫର୍‌ ଡିସେମ୍ବର ସୁଦ୍ଧା ଶେଷ ହେବା ପରେ ପରେ ହିଁ କମ୍ପାନି ଗ୍ରାହକମାନଙ୍କୁ ନବବର୍ଷ ଅଫର୍‌ ଭାବେ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ମାଗଣା କଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ପ୍ରଦାନ କରିଛି।