27 June 2017
7:32:47 AM
image
Sambad News
ଅପରାଧ

ଲୁଟେରା ଗିରଫ, ମୋବାଇଲ୍‌ ଓ ଟଙ୍କା ଜବତ

By Sambad | Date: Jan 11 2017 6:13AM
ଲୁଟେରା ଗିରଫ, ମୋବାଇଲ୍‌ ଓ ଟଙ୍କା ଜବତ

ଭୁବନେଶ୍ୱର: ରେଳବାଇ ଥାନା ପୁଲିସ ଜଣେ ଟ୍ରେନ୍‌ ପାସେଞ୍ଜର ଲୁଟେରାକୁ ଗିରଫ କରିଛି। ପଲିସ ତା’ଠାରୁ ଗୋଟିଏ ମୋବାଇଲ, ୨୪୩୦ ଟଙ୍କା ଏବଂ ବହୁ ଡକ୍ୟୁମେଣ୍ଟ ଜବତ କରିଛି। ସେ ହେଲା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ମହମ୍ମଦ ମୁଖତାର୍‌ (୩୪)। ପୁଲିସ ସୂଚନା ମୁତାବକ, ଭାଗୀରଥି ଦାସ ନାମକ ଜଣେ ପାସେଞ୍ଜର୍‌ ପୁରୀ ଯିବା ପାଇଁ ପ୍ଲାଟଫର୍ମ ନମ୍ବର-୬ରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ମୁଖତାର ଭାଗୀରଥିଙ୍କ ବ୍ୟାଗ୍‌ ସହ ଟଙ୍କା, ମୋବାଇଲ୍‌ ଏବଂ ଡକ୍ୟୁମେଣ୍ଟ ନେଇ ପଳାଇଥିଲା। ଏ ନେଇ ଭାଗୀରଥି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଯାଞ୍ଚ କରିଥିଲା। ଫୁଟେଜ୍‌ରୁ ଅଭିଯୁକ୍ତକୁ ଚିହ୍ନଟ କରି ଧରିବା ପାଇଁ ଯୋଜନା କରିଥିଲା ଆଜି ମୁଖ୍‌ତାର ଷ୍ଟେସନ୍‌ରେ ବୁଲୁଥିବା ଦେଖି ପୁଲିସ ତାକୁ ଗିରଫ କରିଥିଲା।