22 January 2017
9:44:36 PM
image
Sambad News
ଅପରାଧ

ଲାପଟପ୍‌ ସହ ଧରାପଡ଼ିଲା ଚୋର

By Sambad | Date: Jan 12 2017 3:14AM
ଲାପଟପ୍‌ ସହ ଧରାପଡ଼ିଲା ଚୋର
Photo by : clipartfest.com

ଭୁବନେଶ୍ୱର : ଲାପଟପ୍‌ ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ  ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବିଜୟ କୃଷ୍ଣ ସ୍ୱାଇଁ(୨୪)  ନାମକ ଜଣେ ଯୁବକକୁ ଗିରଫ କରିଛି। ସେ ଏଠାରେ ସେ ୟୁନିଟ୍‌-୯ ଅଞ୍ଚଳରେ ରୁହେ। ପୁଲିସ ତା’ଠାରୁ ଲ୍ୟାପଟପ୍‌ ଜବତ କରିଛି। ସୂଚନା ମୁତାବକ, କିଛିଦିନ ତଳେ ନୂଆପଲ୍ଲୀ  ଏନ୍‌-୩ ପ୍ଲଟ ନଂ-୬୯୮ରେ ରହୁଥିବା ଅଗ୍ନି ପ୍ରସାଦ ମିଶ୍ରଙ୍କ ଘରୁ  ବିଜୟ ଲାପଟପ୍‌ ଚୋରି କରିଥିଲା।