25 September 2017
3:29:09 PM
Sambad News
ଅପରାଧ

ସାଙ୍ଗ ରୁମ୍‌ରୁ ଚୋରି କରି ଯୁବକ ଗିରଫ

By Sambad | Date: Jan 12 2017 3:18AM
ସାଙ୍ଗ ରୁମ୍‌ରୁ ଚୋରି କରି ଯୁବକ ଗିରଫ
Photo by : worldnow.com

ଭୁବନେଶ୍ୱର : ସାଙ୍ଗ ରୁମ୍‌ରୁ ଟଙ୍କା ସହ ଜିନିଷ ଚୋରି ଅଭିଯୋଗରେ କ୍ୟାପିଟାଲ୍‌ ଥାନା ପୁଲିସ ଅନ୍ୟ ଜଣେ ସାଙ୍ଗକୁ ଗିରଫ କରିଛି। ସେ ହେଲା ଯାଜପୁର ଟାଉନ୍‌ ଅଞ୍ଚଳର କଳିଙ୍ଗ ଗୌରବ ପରିଡ଼ା।
 
ପୁଲିସ ସୂଚନା ଅନୁଯାୟୀ କଳିଙ୍ଗ ଏଠାରେ ଅଶୋକ ନଗରରେ ଶ୍ରୀଧର ମହାଳିକ ନାମକ ଜଣେ ଯୁବକଙ୍କ ସହ ରହୁଥିଲା। ଗତ କିଛିଦିନ ତଳେ ଛୁଟିରେ ଶ୍ରୀଧର ଭଦ୍ରକ ସ୍ଥିତ ନିଜ ଘରକୁ ଯାଇଥିଲେ। ଏହାର ସୁଯୋଗ ନେଇ କଳିଙ୍ଗ ଶ୍ରୀଧରଙ୍କ ଟଙ୍କା ଓ ଜିନିଷପତ୍ର ନେଇ ପଳାଇଥିଲା। ଏନେଇ ଶ୍ରୀଧର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରଜୁ କରି କଳିଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି।

image