30 May 2017
11:03:20 AM
image
Sambad News
ଅପରାଧ

କୁଏତ୍‌ରେ ଚାକିରି ଦେବା ନାଁରେ ଠକେଇ, ୨ ଗିରଫ

By Sambad | Date: Jan 12 2017 3:20AM
କୁଏତ୍‌ରେ ଚାକିରି ଦେବା ନାଁରେ ଠକେଇ, ୨ ଗିରଫ
Photo by : ukwezi.com

ଭୁବନେଶ୍ୱର : କୁଏତ୍‌ର ଏକ ଘରୋଇ ସଂସ୍ଥାରେ ଚାକିରି କରାଇ ଦେବା ପାଇଁ କହି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ଚିତ୍ତରଞ୍ଜନ ନାୟକ(୩୭) ଓ ମଧ୍ୟପ୍ରଦେଶ ଇନ୍ଦୋରର ଦିଗମ୍ବର ସେମ୍‌କୁଆର(୬୧)।

 
ପୁଲିସ ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ଓ ଦିଗମ୍ବର ଇନ୍ଦୋରର ‘ଇନ୍ଦୋର କୋନି ଷ୍ଟାର ଲଜିଷ୍ଟିକ୍‌’ ନାମକ ଏକ ସଂସ୍ଥାରେ  ଚାକିରି କରାଇ ଦେବା ପାଇଁ ବିଜ୍ଞପ୍ତି କରିଥିଲେ। ୨୦୧୬ ଡିସେମ୍ବର ୨୦ରେ ପାଣ୍ଡରା ସ୍ଥିତ ଗ୍ରିନ୍‌ଫିଲ୍ଡ ହୋଟେଲ୍‌ରେ ରହି ଯୋଜନା କରିଥିଲେ। ଆବେଦନକାରୀମାନଙ୍କୁ ହୋଟେଲ୍‌କୁ ଡାକି ସେଠାରେ ଇଣ୍ଟରଭ୍ୟୁ କରାଇବା ସହିତ ଡାକ୍ତରୀ ପରୀକ୍ଷା କରାଇଥିଲେ। ରେଜିଷ୍ଟ୍ରେସନ୍‌, ଡାକ୍ତରୀ ପରୀକ୍ଷା ଏବଂ ପ୍ରୋସେସିଂ ଫି ପାଇଁ ଆବେଦନକାରୀଙ୍କ ପିଛା ୪୮୦୦ଟଙ୍କା ନେଇଥିଲେ। ପ୍ରାୟ ୮୦୦ ଆବେଦନକାରୀ ଟଙ୍କା ଦେଇଥିଲେ।  ଚିତ୍ତରଞ୍ଜନ ନିଯୁକ୍ତି ପାଇଁ ଆବେଦନକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ଦେଇଥିଲେ। ଆବେଦନକାରୀମାନେ ନିଯୁକ୍ତି ପାଇଁ ଆସିଥିଲେ ମଧ୍ୟ କାହକୁ ପାଇ ନଥିଲେ।
 
ଚିତ୍ତରଞ୍ଜନ ବିବାହ କରିଥିବା ଗାଁର ଜଣେ ଯୁବକ ଅଭିମନ୍ୟୁ ସାହୁ  ମଧ୍ୟ ଚାକିରି ପାଇଁ ଆବେଦନ କରିଥିଲେ। ଅଭିମନ୍ୟୁ ଘଟଣା ବିଷୟରେ ଜାଣିବା ପରେ ଚିତ୍ତରଞ୍ଜନଙ୍କ ଯୋଗଯୋଗ କରିଥିଲେ। ଅଭିମନ୍ୟୁଙ୍କୁ ଟଙ୍କା ଫେରାଇ ଦେବେ କହି ଚିତ୍ତ ଦିନ ଗଡ଼ାଇ ଚାଲିଥିଲେ। କିନ୍ତୁ ଟଙ୍କା ଫେରାଇ ନଥିଲେ। ଏନେଇ ଅଭିମନ୍ୟୁଙ୍କ ସମେତ ବହୁ ଆବେଦନକାରୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଯୋଜନା କରିଥିଲା। ହେଲେ ଚିତ୍ତରଞ୍ଜନ ଓ ଦିଗମ୍ବର ନିଜର ନାମ ଏବଂ ସଂସ୍ଥା ପରିବର୍ତ୍ତନ କରି ଆଉ ଏକ ଯୋଜନା କରିଥିଲେ। ଉଭୟ ଏକ ହୋଟେଲ୍‌ରେ ରହିଥିଲେ। ପୁଲିସ ଫୋନ୍‌ ନମ୍ବର ଟ୍ରାକିଂରୁ ଉଭୟଙ୍କ ଠିକଣା ଠାବ କରିଥିଲା। ଏହାପରେ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା। ଆଜି ସନ୍ଧ୍ୟାରେ ଉଭୟ ଚିତ୍ତ ଏବଂ ଦିଗମ୍ବରକୁ କୋର୍ଟ ଚାଲାଣ କରିଛି। ର‍୍ୟାକେଟ୍‌ ସନ୍ଦେହରେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। 

image