30 May 2017
11:01:26 AM
image
Sambad News
ଅପରାଧ

ଯୁବକଙ୍କୁୁ ପ୍ରାଣାନ୍ତକ ଆକ୍ରମଣ, ୨ ଗିରଫ

By Sambad | Date: Jan 12 2017 3:24AM
ଯୁବକଙ୍କୁୁ ପ୍ରାଣାନ୍ତକ ଆକ୍ରମଣ, ୨ ଗିରଫ
Photo by : static-16.sinclairstoryline.com

ଭୁବନେଶ୍ୱର : ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣପତି ନଗର ଅଞ୍ଚଳର କାଳିଆ ଦିଗାଲ(୨୫) ଏବଂ ଉଷା ସେଠୀ(୨୩)।
 
ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୯ ତାରିଖ ରାତିରେ  କାଳିଆ ଓ ଉଷା ଗଣପତିନଗରକୁ ଲାଗି ଥିବା ତ୍ରିନାଥ ବସ୍ତିର ରାଜେନ୍ଦ୍ର ଖୁଣ୍ଟିଆ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ରାଜେନ୍ଦ୍ରଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ରାଜେନ୍ଦ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଉଭୟ ଉଷା ଓ କାଳିଆକୁ ଗଣପତି ନଗରରୁ ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

image