22 January 2017
9:42:39 PM
image
Sambad News
ଅପରାଧ

ଦୁଇ ପ୍ରେମୀଯୁଗଳଙ୍କୁ ନେଇ ଗଣ୍ଡଗୋଳ

ପଚରାଉଚରା ପରେ ପୁଲିସ ଛାଡ଼ିଦେଲା

By Sambad | Date: Jan 12 2017 3:52AM
ଦୁଇ ପ୍ରେମୀଯୁଗଳଙ୍କୁ ନେଇ ଗଣ୍ଡଗୋଳ
Photo by : newsdog.today

ବାଲିଅନ୍ତା :  ଆଜି ସନ୍ଧ୍ୟା ପ୍ରାୟ ୬ଟାବେଳେ ଦୁଇ ଯୋଡ଼ା ଯୁବକ ଯୁବତୀ ବାଲିଅନ୍ତା ତହସିଲ ସଂଲଗ୍ନ ନିଛାଟିଆ ଜାଗାରେ ବୁଲୁଥିବା ସମୟରେ ସ୍ଥାନୀୟ ଯୁବକଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବାରୁ ଏ ନେଇ ଲୋକେ କଣ୍ଟ୍ରୋଲ ରୁମ୍‌କୁ  ଜଣାଇଥିଲେ। ପରେ ବାଲିଅନ୍ତା ଥାନା ପୁଲିସ ସେମାନଙ୍କୁ ବାଳକାଟି ଫାଣ୍ଡିକୁ ଆଣି ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଦମ୍‌କଳ ବିଭାଗରେ କାର୍ଯ୍ୟରତ ଥିବାବେଳେ ଆଉ ଜଣେ ସପ୍ତମ ବାଟାଲିଆନରେ କାର୍ଯ୍ୟରତ। ସେହିପରି ଜଣେ ଯୁବତୀ ବରଗଡ଼ ଥାନା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣଙ୍କ ଘର ବାଲେଶ୍ୱର ବୋଲି ଜଣାପଡ଼ିଛି।  
 
ଅନ୍ୟପକ୍ଷରେ ସ୍ଥାନୀୟ ଯୁବକ ଜଣକ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିବା ଯୁବକ ଯୁବତୀମାନେ ପୁଲିସ ଆଗରେ ଫେରାଦ ହୋଇଛନ୍ତି। ସରକାରୀ ବିଭାଗରେ କାର୍ଯ୍ୟରତ ୧୩ ଜଣ କର୍ମଚାରୀ ଆଜି ଧଉଳିରେ ଭୋଜି କରୁଥିଲେ। ଭୋଜି ଖାଇସାରି ସେମାନଙ୍କ ମଧ୍ୟରୁ ଏହି ଯୁବକ ଓ ଯୁବତୀ ଏଠାରେ କାର୍ଯ୍ୟରତ ନିଜ ନିଜ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଆସିଥିବା ସଫେଇ ଦେଇଛନ୍ତି। ଘଟଣାର ଆପୋସ ସମାଧାନ କରି ପୁଲିସ  ସେମାନଙ୍କୁ ବିଳମ୍ବିତ ରାତିରେ ଛାଡ଼ି ଦେଇଥିବା ଜଣାପଡ଼ିଛି।