24 February 2017
10:36:37 PM
Sambad News
ଅପରାଧ

ଛାତ୍ରୀଙ୍କୁ ଅସଦାଚରଣ କରି ଛାତ୍ର ଗିରଫ

By Sambad | Date: Jan 12 2017 4:40AM
ଛାତ୍ରୀଙ୍କୁ ଅସଦାଚରଣ କରି ଛାତ୍ର ଗିରଫ
Photo by : static.dnaindia.com

ଚନ୍ଦ୍ରଶେଖରପୁର : ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଉକ୍ତ କଲେଜର ଜଣେ ଛାତ୍ରକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ତାଙ୍କ ନାଁ ବିକାଶ ଗୁପ୍ତା। ଛାତ୍ରୀ ଜଣକ ଉକ୍ତ କଲେଜର ତୃତୀୟ ବର୍ଷରେ ପଢ଼ନ୍ତି। କଲେଜର ଶେଷ ବର୍ଷର ଛାତ୍ର ବିକାଶ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ସେ ତାଙ୍କୁ ବାରମ୍ବାର ଫୋନ୍‌ କରିବା ସହ ଅଶ୍ଳୀଳ ବାର୍ତା ମଧ୍ୟ ଦେଉଥିଲେ। ତଥାପି ଛାତ୍ରୀ ଜଣକ ମାନିନଥିଲେ। ଏଣୁ ବିକାଶ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ କଲେଜ ବାହାରେ କମେଣ୍ଟ୍‌ ମାରୁଥିଲେ। ଗତକାଲି କଲେଜ ବାହାରେ ବିକାଶ ତାଙ୍କୁ ଅସଦାଚରଣ କରିଥିବା ଛାତ୍ରୀ ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ଘଟଣାର ତଦନ୍ତ କରି ବିକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ଥାନାରେ ୩୪୧/୩୨୩/୩୫୪-ଡି/୨୯୪/୫୦୪/୫୦୬ ଦଫାରେ ମାମଲା ରୁଜୁ କରିଛି।