17 August 2017
7:03:42 PM
Sambad News
ଅପରାଧ

ଛାତ୍ର ସଂସଦ ନିର୍ବାଚନୀ ହିଂସା: ରାଜଧାନୀରେ ୩ ଛାତ୍ର ଗୁରୁତର, ଥାନାରେ ଅଭିଯୋଗ

କେନ୍ଦ୍ରାପଡା ଜିଲ୍ଲା ରାଜନଗର କଲେଜରେ ଗଣ୍ଡଗୋଳ

By Sambad | Date: Aug 12 2017 7:51PM
ଛାତ୍ର ସଂସଦ ନିର୍ବାଚନୀ ହିଂସା: ରାଜଧାନୀରେ ୩ ଛାତ୍ର ଗୁରୁତର, ଥାନାରେ ଅଭିଯୋଗ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଆଗାମୀ ସେପ୍ଟେମ୍ବରରେ ଛାତ୍ର ସଂସଦର ନିର୍ବାଚନ ହେବ। ଏଥିପାଇଁ ରାଜ୍ୟ ସରକାର ନୋଟିସ ଜାରି କରିସାରିଛନ୍ତି। କିନ୍ତୁ ନିର୍ବାଚନ ଗୋଟିଏ ମାସରୁ ଅଧିକ ସମୟ ଥିଲେ ମଧ୍ୟ କଲେଜମାନଙ୍କରେ ରାଜନୀତିର ବାସ୍ନା ଦେଖାଯାଇଛି। ଛାତ୍ରମାନେ ଗୋଷ୍ଠୀ ବନାଇ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ଶନିବାର ଭୁବନେଶ୍ୱରସ୍ଥିତ ଦେବରାୟ କଲେଜରେ ହିଂସା ଦେଖାଯାଇଛି। ଆକ୍ରମଣର ଶିକାର ହୋଇଥିବା ୩ଜଣ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ମିଳିଥିବା ସୂଚନା ଅନୁସାରେ ୪୦ଜଣ ଅଣଛାତ୍ର କଲେଜ ପରିସରକୁ ଆସି ଛାତ୍ରଙ୍କୁ  ଆକ୍ରମଣ କରିଥିଲେ। ଏଥିରେ ସିଦ୍ଧାର୍ଥ ପ୍ରଧାନ, ଦିଲ୍ଲୀପ କୁମାର ବେହେରା ଓ ଟିକୋନ ଦିଗାଲ ଆହତ ହୋଇଥିଲେ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ନୟାପଲ୍ଲୀ ଥାନରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। 

ସେହିପରି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରସ୍ଥିତ ଜଗନ୍ନାଥ ମହାବିଦ୍ୟାଳୟରେ ନିର୍ବାଚନୀ ହିଂସା ଦେଖାଯାଇଛି। ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ, ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।