25 September 2017
3:19:04 PM
Sambad News
ଅପରାଧ

ପିଲାଚୋର ବୋଲି ସନ୍ଦେହ କରି ୪ ଜଣଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ ଗାଁ ଲୋକେ

By Sambad | Date: May 19 2017 6:58PM
ପିଲାଚୋର ବୋଲି ସନ୍ଦେହ କରି ୪ ଜଣଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ ଗାଁ ଲୋକେ

ଜାମସେଦ୍‌ପୁର: ଜାମ୍‌ସେଦ୍‌ପୁରଠାରୁ ୪୦ କି.ମି. ଦୂରରେ ଥିବା ରାଜନଗରରେ ୪ ଜଣ ଲୋକଙ୍କୁ ପିଲା ଚୋରି କରୁଥିବା ସନ୍ଦେହ କରି ସ୍ଥାନୀୟ ଲୋକ ବାଡ଼େଇବାରୁ ସେମାନଙ୍କ ମୃତ୍ୟୁ ଘଟଛି। ପୁଲିସ୍‌ ସମ୍ମୁଖରେ ଏପରି କାଣ୍ଡ ଘଟିଛି ବୋଲି ଜାଣିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାଜନଗରର ଶୋଭାପୁରକୁ ଗୁରୁବାର ଭୋର୍‌ ପ୍ରାୟ ୩ଟାରେ ୮ ଜଣ ଲୋକ ଏକ କାର୍‌ରେ ବସି ପ୍ରବେଶ କରିଥିଲେ। ସେମାନେ ପିଲା ଚୋରି କରିବା ଉଦ୍ଦେଶ୍ୟରେ ଗ୍ରାମ ଭିତରକୁ ପ୍ରବେଶ କରିଛନ୍ତି ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ସେମାନଙ୍କ କାର୍‌ ଜାଳିଦେବା ସହିତ ସେମାନଙ୍କୁ ବାଡ଼ାପିଟା କରିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। 

image