24 September 2017
11:08:51 PM
Sambad News
ଢେଙ୍କାନାଳ

ମାଉଜର ଦେଖାଇ ୩ ଲକ୍ଷ ଲୁଟ୍‌

By Sambad | Date: May 19 2017 9:39PM
ମାଉଜର ଦେଖାଇ ୩ ଲକ୍ଷ ଲୁଟ୍‌

ଯୋରନ୍ଦା/ମହିମାଗାଦି : ଢେଙ୍କାନାଳ-ଯୋରନ୍ଦା ରାସ୍ତା ନେଉଳପୋଇ ଗଡ଼ାଣିଠାରେ ଦୁଇ ଜଣ ଲୁଗା ବ୍ୟବସାୟୀ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଲୁଟ୍‌ପାଟ୍‌ର ଶିକାର ହୋଇଛନ୍ତି। ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ପିସ୍ତଲ ଦେଖାଇ ନଗଦ ୩ ଲକ୍ଷ ଟଙ୍କା, ଏଟିଏମ୍‌ କାର୍ଡ଼, ମୋବାଇଲ୍‌ ଲୁଟି ନେଇଥିବା ଯୋରନ୍ଦା ଫାଣ୍ଡିରେ ଅଭିଯୋଗ ହୋଇଛି। 
 
ଫାଣ୍ଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗଁଦିଆ ବ୍ଲକ ନାଟିମା ବଜାରରେ ଲୁଗା ଦୋକାନ କରିଥିବା ହରଡ଼ବେରଣା ଗ୍ରାମର ଅକ୍ଷୟ କୁମାର ବେହେରା ଓ ସେହି ବଜାରରେ ନୂଆ ଲୁଗା ଦୋକାନ କରିବା ପାଇଁ ଯାଉଥିବା କାବରା ଗ୍ରାମର ଅମୂଲ୍ୟ କୁମାର ରାଉଳ ଏକ ବାଇକ୍‌ ଯୋଗେ ମାଲ୍‌ କିଣିବା ପାଇଁ ଢେଙ୍କାନାଳକୁ ଯାଉଥିଲେ। ଏହି ସମୟରେ ଏକ ପଲସର୍‌ରେ ପିିଛା କରୁଥିବା ତିନି ଜଣ ଦୁର୍ବୃତ୍ତ ନେଉଳପୋଇ ଗଡ଼ାଣି ନିକଟରେ ଲୁଗା ବ୍ୟବସାୟୀଙ୍କ ବାଇକ୍‌କୁ ଗୋଇଠା ମାରିଥିଲେ। 
 
ଗାଡ଼ିରୁ ବ୍ୟବସାୟୀ ଦୁହେଁ ଖସି ପଡ଼ିବାରୁ ମାଉଜରେ ଦୁର୍ବୃତ୍ତମାନେ ଅମୂଲ୍ୟଙ୍କ ମୁଣ୍ଡକୁ ମାଡ଼ ମାରି ତାଙ୍କ ପକେଟ୍‌ରୁ ନଗଦ ୨ ଲକ୍ଷ ଟଙ୍କା, ମୋବାଇଲ୍‌, ଏଟିଏମ୍‌ କାର୍ଡ଼ ଓ ଅକ୍ଷୟଙ୍କଠାରୁ ଲକ୍ଷେ ଟଙ୍କା ଧରି ପଳାଇଥିଲେ। ମାଉଜର ଆଘାତରେ ଅମୂଲ୍ୟଙ୍କ ମୁଣ୍ଡ ଫାଟି ଯିବା ସହିତ ଆଖିରେ ଆଘାତ ଲାଗିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 

image