17 August 2017
7:09:07 PM
Sambad News
ମାଲକାନଗିରି

୩ କୁଇଣ୍ଟାଲ ଗଞ୍ଜେଇ ଜବତ,୮ ଗିରଫ

୩ ବାଇକ ଓ ପିକଅପ୍‌ ଭ୍ୟାନ୍‌ ଜବତ

By Sambad | Date: Aug 12 2017 9:57PM
୩ କୁଇଣ୍ଟାଲ ଗଞ୍ଜେଇ ଜବତ,୮ ଗିରଫ

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରୁ ପୁଲିସ ପ୍ରାୟ ୩ କ୍ୱିଣ୍ଟାଲ ଗଂଜେଇ ଜବତ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଛି। ଏଥିସହ ୩ଟି ବାଇକ ଓ ଗୋଟିଏ ପିକଅପ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି।
 
ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୁଲିସ ଚିତ୍ରକୋଣ୍ଡାର ଏସଆର କଲୋନି ନିକଟରେ ଗାଡିଗୁଡିକକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ମଟର ସାଇକେଲ ଗୁଡିକରେ କପଡା ବିକ୍ରି କରିବା ଭଳି ଗଂଜେଇକୁ ସେହି ଢଂଗରେ ଗୁଡାଯାଇ ଚାଲାଣ କରାଯାଉଥିଲା। ସେହିପରି ପିକଅପ ଭ୍ୟାନରେ ଗାଡିକୁ ସଂପୂର୍ଣ୍ଣ ଭାବେ ଘୋଡାଯାଇ ଗଂଜେଇ ଚାଲାଣ କରାଯାଉଥିଲା। ପୁଲିସ ୮ ଜଣ ଗଂଜେଇ ଚାଲାଣକାରୀଙ୍କୁ ଗିରଫ କରି ଥାନାକୁ ନେଇଛି। ତେବେ ଏମାନଙ୍କ ବିଷୟରେ ପୋଲିସ କିଛି କହିନଥିବା ବେଳେ ସମସ୍ତ ଗଂଜେଇ ଓଜନ ପରେ ସଠିକ ରିପୋର୍ଟ ମିଳିବ ବୋଲି କୁହାଯାଇଛି। 
 
ପ୍ରକାଶ ଥାଉକି ଗତ ଦୁଇ ଦିନ ତଳେ ମାଲକାନଗିରି ସଦର ମହକୁମାରେ ଏକ ତେଲ ଟ୍ୟାଙ୍କରରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସ ଗାଡିକୁ ଜବତ କରି ୧୫ କ୍ୱିଣ୍ଟାଲ ଗଂଜେଇ ଜବତ କରିଥିଲା। ଯାହାର ମୂଲ୍ୟ ବଜାରରେ ଏକ କୋଟିରୁ ଉର୍ଦ୍ଧ୍ୱ ଟଂକା ହେବ। ସେହିଭଳି ଚିତ୍ରକୋଣ୍ଡା ଠାରେ ଆଜି ଜବତ କରାଯାଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଊର୍ଧ୍ୱ ହବ ବୋଲି ଅନୁମାନ କରାଯାଉଛି। 
 
ଚିତ୍ରକୋଣ୍ଡାର ବିଛିନ୍ନାଞ୍ଚଳରୁ ଶହ ଶହ କ୍ୱିଣ୍ଟାଲ ଗଂଜେଇ ବାହାରକୁ ରପ୍ତାନି ହେଉଥିବା ବେଳେ ପୋଲିସ ଏବଂ ଅବକାରୀ ଆଖିରେ ଧୂଳିଦେବାରେ ଗଂଜେଇ ମାଫିଆମାନେ ସଫଳ ହେଉଥିଲେ। ତେବେ ଗତ ଦୁଇ ଦିନ ମଧ୍ୟରେ ପୋଲିସ ବିଭିନ୍ନ ସ୍ଥାନ ଚଢାଉ କରି ଗଂଜେଇ ଜବତ କରିବାରେ ସଫଳ ହୋଇଛି।