17 August 2017
6:57:11 PM
Sambad News
ନବରଙ୍ଗପୁର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

By Sambad | Date: Aug 12 2017 10:37PM
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
Photo by : ndtvimg.com

ଝରିଗାଁ : ଝରିଗାଁ ବ୍ଲକ ଏକମ୍ବା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ୮ତାରିଖରେ ରାଇଘର ଥାନା ଅନ୍ତର୍ଗତ ଖୁଟୁଗାଁ ଗ୍ରାମର ରାଜ କୁମାର ପନକା(୨୨) ଏକମ୍ବା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା। ଏନେଇ ଜାଣିବା ପରେ ନାବାଳିକାର ପରିବାର ଲୋକ ଝରିଗାଁ ଥାନାରେ ଏତଲା ଦେଇଥିଲେ। 
 
ଅନ୍ୟପଟେ ଏହି ଘଟଣା ପରେ ରାଜ ଫେରାର ରହିଥିଲା। ଗତକାଲି ରାଜ ଛତିଶଗଡ ରାଜ୍ୟର ଉମରଗାଁରେ  ଥିବା ଝରିଗାଁ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ  ଝରିଗାଁ ଥାନା ଅଧିକାରୀ କିରଣ ମହାନ୍ତ ଓ ଏସ୍‌ଆଇ ରାମଚନ୍ଦ୍ର ଅଗସ୍ତି ଏକ ଟିମ୍‌ ସହ ସେଠାରେ ଚଢାଉ କରି ରାଜକୁ ଗିରଫ କରିଥିଲେ। ଆଜି ନାବାଳିକା ଓ ରାଜର ଡାକ୍ତରୀମାଇନା କରାଯାଇଥିଲା। ପରେ ରାଜକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।