24 September 2017
10:39:09 AM
Sambad News
ସୁନ୍ଦରଗଡ଼

ଫସିଗଲେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ପତ୍ନୀ : ସଫେଇ ଆଳରେ ଅଳଙ୍କାର ଲୁଟ୍‌

By Sambad | Date: Aug 21 2017 2:17AM
ଫସିଗଲେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ପତ୍ନୀ : ସଫେଇ ଆଳରେ ଅଳଙ୍କାର ଲୁଟ୍‌

ରାଉରକେଲା : ରବିବାର ମଧ୍ୟାହ୍ନରେ ସହରର ଜଣାଶୁଣା ଚାଟାର୍ଡ ଆକାଉଣ୍ଟାଣ୍ଟ କେଶବ ଦେବ ଲାଠଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ସଫେଇ ଆଳରେ ଦୁଇ ଲୁଟେରା ତାଙ୍କ ପତ୍ନୀଙ୍କ ଠାରୁ ଅଳଙ୍କାର ନେଇ ଯାଇଛନ୍ତି। 
 
ଶ୍ରୀ ଲାଠଙ୍କ ଘରେ ରବିବାର ମଧ୍ୟାହ୍ଣ ବେଳେ ତାଙ୍କ ପତ୍ନୀ ପୁଷ୍ପାଦେବୀ ଏକୁଟିଆ ଥିଲେ। ଦୁଇ ଜଣ ଯୁବକ ‘ସୁନା ଅଳଙ୍କାର ସଫେଇ’ ଡାକ ଦେଇ ଗେଟ୍‌ ବାଡ଼େଇ ଥିଲେ।  ବିଶ୍ୱାସ ଜନ୍ମାଇବା ପାଇଁ ଜଣେ ଲୁଟେରା ଘର ଚଟାଣରେ ଲାଗିଥିବା ଟାଇଲ୍ସରେ ଏସିଡ୍‌ ପକାଇ ତାଙ୍କ ଆଗରେ ସଫା କରି ଦେଇଥିଲା।  ତେଣୁ ପୁଷ୍ପାଦେବୀ ପିନ୍ଧିଥିବା ସୁନା ହାର ଓ ଚୁଡ଼ି ସଫା କରିବା ପାଇଁ ଦେଇଥିଲେ। ସଫେଇ ପରେ  ଅଳଙ୍କାର ପୂର୍ବାପେକ୍ଷା ଉଜ୍ଜ୍ୱଳ ଦେଖାଯାଇଥିଲା। ତେବେ ଗରମ ହଳଦୀ ପାଣିରେ ଅଳଙ୍କାର ଆହୁରି ଅଧିକ ସଫା ହେବ ବୋଲି ଦୁଇ ଲୁଟେରା କହିବାରୁ ପୁଷ୍ପାଦେବୀ ରୋଷେଇ ଘରକୁ ଯାଇ ପାଣି ଗରମ କରିଥିଲେ। ସେ ଘର ଭିତରକୁ ଯିବା ପରେ ଦୁଇ ଲୁଟେରା ସୁନା ଅଳଙ୍କାର ନେଇ ଫେରାର୍‌ ହୋଇଥିଲେ।

image