24 September 2017
10:28:46 AM
Sambad News
ଅପରାଧ

ରାମ୍‌ ରହିମ୍‌ଙ୍କ ବିଷ କନ୍ୟା ପ୍ରତିଦିନ ଯୋଗାଉଥିଲେ ନୂଆ ନୂଆ ଝିଅ, ଏମିତି ମେଣ୍ଟୁଥିଲା ବାବାଙ୍କ ଯୌନ ତୃଷ୍ଣା!

By Sambad | Date: Sep 13 2017 8:19PM
ରାମ୍‌ ରହିମ୍‌ଙ୍କ ବିଷ କନ୍ୟା ପ୍ରତିଦିନ ଯୋଗାଉଥିଲେ ନୂଆ ନୂଆ ଝିଅ, ଏମିତି ମେଣ୍ଟୁଥିଲା ବାବାଙ୍କ ଯୌନ ତୃଷ୍ଣା!

ଚଣ୍ଡିଗଡ଼: ଦୁଷ୍କର୍ମକାରୀ ବାବା ଗୁର୍‌ମିତ୍‌ ରାମ ରହିମ୍‌ ଜଣେ କାମାଶକ୍ତ ପୁରୁଷ ବୋଲି ନିକଟରେ ଏକ ଡାକ୍ତରୀ ରିପୋର୍ଟରୁ ଜାଣିବାକୁ ମିଳିଛି। ପ୍ରତିଦିନ ନୂଆ ନୂଆ ଝିଅଙ୍କୁ ବ୍ୟବହାର କରି ନିଜର ଯୌନ ତୃଷ୍ଣା ମେଣ୍ଟାଉଥିବା ରାମ ରହିମ୍‌ଙ୍କ କଳା କାରନାମା ଉପରୁ ଦିନକୁ ଦିନ ନୂଆ ପରଦା ଉଠିବାରେ ଲାଗିଛି।
 
ଏବେ ଜାଣିବାକୁ ମିଳିଛି ଯେ ରାମ ରହିମଙ୍କର ହେଞ୍ଚ୍‌ ଓ୍ଵମ୍ୟାନ୍‌ ବା ବିଷ କନ୍ୟା ନାମରେ ଏକ ଗ୍ରୁପ୍‌ ଥିଲା। ଏହି ଗ୍ରୁପ୍‌ରେ ଥିବା ମହିଳାମାନେ ବାବାଙ୍କ ଯୌନ ଅଭିଳାଷ ପୂରା କରିବାକୁ ନିୟୋଜିତ ହୋଇଥିଲେ। ସେମାନେ ଡେରା ସଚା ସୌଦା ପରିସରରେ କେହି ସୁନ୍ଦରୀ ଯୁବତୀ ବା ମହିଳାଙ୍କୁ ଦେଖିଲେ ତତ୍‌କ୍ଷଣାତ ବବାଙ୍କ କୋଠରୀକୁ ପଠାଇବାର ବନ୍ଦୋବସ୍ତ କରୁଥିଲେ। ସେମାନେ ନୀରିହ ନାରୀମାନଙ୍କୁ ଭୟ ଦେଖାଇ ହେଉ କିମ୍ବା ପ୍ରଲୋଭିତ କରି ହେଉ ଖୁବ୍‌ ସହଜରେ ସଜାଉଥିଲେ ବାବାଙ୍କ ଶଯ୍ୟା ସଙ୍ଗିନୀ। ବାବା ରାମ ରହିମ ନିଜର ନୀଚ ଅଭିଳାଷ ପୂରା କରିବା ପରେ ଉପଭୋଗ୍ୟ ନାରୀମାନଙ୍କୁ ଭିନ୍ନ ଏକ ଗୃହକୁ ନିଆଯାଉଥିଲା। ସେଠାରେ ସେମାନଙ୍କୁ ଧମକାଇ ବା କୌଣସି ମତେ ବୁଝାଇ ସୁଝାଇ ବାବାଙ୍କ ସଂପର୍କରେ ଏପରି ଘୃଣ୍ୟ କଥା ବାହାରେ ପ୍ରଘଟ ନ କରିବାରୁ ମନାଇ ଦେଉଥିଲେ। 

image