28 February 2017
9:20:19 AM
Sambad News
ଅପରାଧ

କଟକ ନୁହେଁ; ଏବେ କ୍ରାଇମ କ୍ୟାପିଟାଲ ଭୁବନେଶ୍ୱର

-ହତ୍ୟାକାଣ୍ଡ ହେଉ ଅବା ଡକାୟତି, ଚୋରି

By Sambad | Date: Jan 11 2017 6:39PM
କଟକ ନୁହେଁ; ଏବେ କ୍ରାଇମ କ୍ୟାପିଟାଲ ଭୁବନେଶ୍ୱର

ଭୁବନେଶ୍ୱର,(ତାପସ ଦାସ): ଦିନ ଥିଲା ବାଉନ ବଜାର ତେପନ ଗଳିର ସହର କଟକ ଥିଲା ଗ୍ୟାଙ୍ଗ୍‌ଷ୍ଟରଙ୍କ କବଜାରେ। ଭାଇମାନଙ୍କ ରାଜୁତି ଚାଲୁଥିଲା। କଥା କଥା କେ ମାଉଜର ଗର୍ଜନ କରୁଥିଲା, ଫୁଟୁଥିଲା ଗୁଳି, ହେଉଥିଲା ବୋମାମାଡ଼। ଟେଣ୍ଡର ଫିକ୍ସିଂ ପାଇଁ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଅପହରଣ ଓ ମରଣାନ୍ତକ ଆକ୍ରମଣ ଭଳି ସାଂଘାତିକ ଅପରାଧରେ ଲିପ୍ତ ରହୁଥିଲେ କଟକର ଦୁର୍ଦାନ୍ତ ଅପରାଧୀ। 
 
କିନ୍ତୁ ଏବେ ସେହି ପରମ୍ପରା ବଦଳି ଯାଇଛି। ବିଗତ ୪ ବର୍ଷର ହିସାବକୁ ନେଲେ ଜଣାପଡ଼ୁଛି କଟକକୁ ଯେମିତି ବଳି ଯାଇଛି ରାଜଧାନୀ। ହତ୍ୟାକାଣ୍ଡ ମାମଲାରେ ରାଜଧାନୀ ପାଦେ ଆଗକୁ ଯାଇ ୪୦ ଅଙ୍କ ଅତିକ୍ରମ କରିଥିବାବେଳେ ଲୁଟପାଟରେ ଦୁଇ ଅଙ୍କ ଛୁଇଁଛି। ଘରେ ପଶି ଲୁଟରେ ବି ରାଜଧାନୀର ଲୁଟେରା ବେଶ ସକ୍ରିୟ କଟକ ଅପେକ୍ଷା। ବାଇକ୍‌ ଚୋରି ରାଜଧାନୀର ନିତି ଦିନିଆ ଘଟଣା। ଚୋରି ମାମଲା ରାଜଧାନୀରେ ଏକ ହଜାର ଟପୁ ଥିବାବେଳେ କଟକରେ ତାର ଅଧା ଅଙ୍କ ମଧ୍ୟ ଛୁଉଁ ନାହିଁ। ହିସାବରୁ ଯାହା ଜଣାପଡ଼ିଛି। 
 
୪ ବର୍ଷ( ୨୦୧୨ରୁ ୨୦୧୬)ମଧ୍ୟରେ ରାଜଧାନୀରେ କଟକଠାରୁ ଅଧିକ ସଂଖ୍ୟାରେ ହତ୍ୟାକାଣ୍ଡ ଘଟିଛି, ଗୁଳିକାଣ୍ଡ ଘଟିଛି, କଟକ ଅପେକ୍ଷା ଭୁବନେଶ୍ୱରରେ ନାରୀ ଅଧିକ ଅସୁରକ୍ଷିତ। ଡକାୟତି, ଚୋରି, ସିନ୍ଧିଚୋରି ସବୁଥିରେ ରାଜଧାନୀ ଆଗରେ। ଏହି ତଥ୍ୟ ଖୋଦ କମିସନରେଟ୍‌ ପୁଲିସ ଆଜି ଗଣମାଧ୍ୟମକୁ ପ୍ରଦାନ କରିଛି।