29 March 2017
2:39:02 PM
Sambad News
ପୁରୀ

ଟିଭି ଓ ଫ୍ରିଜ୍‌ ଆଣି ନ ଥିବାରୁ ନବବଧୂକୁ ହତ୍ୟା ଅଭିଯୋଗ

By Sambad | Date: Jan 11 2017 8:14PM
ଟିଭି ଓ ଫ୍ରିଜ୍‌ ଆଣି ନ ଥିବାରୁ ନବବଧୂକୁ ହତ୍ୟା ଅଭିଯୋଗ

ନିରାକାରପୁର: ଦାବି ମୁତାବକ ଯୌତୁକ  ନ ଆଣିଥିବାରୁ ବୁଧବାର ଅପରାହ୍ନରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଜଙ୍କିଆ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜଙ୍କିଆ ଥାନା ଅଧିନସ୍ଥ ଗୋଳଜାଇ ଉପର ଗୁଣ୍ଟୁଣୀର ଘନଶ୍ୟାମ ପ୍ରଧାନଙ୍କ ସାନ ଝିଅ ପ୍ରିୟମ୍ବଦା ପ୍ରଧାନ(୨୮) ସେହି ଥାନା ଅଧିନସ୍ଥ  ଡମଣଭୂଇଁ ମଠ ସାହିର ବନା ଭୋଳଙ୍କ ସାନପୁଅ ପ୍ରଫୁଲ ଭୋଳ(୩୪)ଙ୍କୁ ଗତ ୮ମାସ ତଳେ ବିବାହ କରିଥିଲେ। ବର ପକ୍ଷରୁ  ଦାବି ମୁତାବକ ଯୌତୁକ ଦିଆଯାଇଥିଲେ ମଧ୍ୟ ଟିଭି ଓ ଫ୍ରିଜ୍‌ ଦିଆଯାଇ ନ ଥିବାରୁ ପ୍ରିୟମ୍ବଦାଙ୍କୁ ନିର୍ଯାତନା ଦିଆଯାଉ ଥିଲା। ତାଙ୍କ ଭଉଣୀକୁ ତା’ଶ୍ୱଶୁର ଘରେ ବାରମ୍ବାର ହଇରାଣ ହରକତ କରାଯାଉ ଥିଲା ବୋଲି କହିଛନ୍ତି ମୃତ ପ୍ରିୟମ୍ବଦାଙ୍କ ଭାଇ । ସେମାନେ ମୋ ଭଉଣୀଙ୍କୁ ଅନେକ ଥର ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ। ଶେଷରେ ସପରିବାର ମିଶି ମୋ ଭଉଣୀଙ୍କୁ ମାରି ଦେଇଛନ୍ତି ବୋଲି ମୃତା ପ୍ରିୟମ୍ବଦାଙ୍କ ଭାଇ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।