23 August 2017
3:27:39 PM
image
Sambad News
ଅପରାଧ

୧୫ ବର୍ଷୀୟ କିଶୋରୀ କହୁଛି ୧୩ ବର୍ଷିୟ ବାଳକ ତା’ ପିଲାର ବାପା

By Sambad | Date: Apr 21 2017 1:54PM
୧୫ ବର୍ଷୀୟ କିଶୋରୀ କହୁଛି ୧୩ ବର୍ଷିୟ ବାଳକ ତା’ ପିଲାର ବାପା
Pic Courtesy of TOI

ତିରୁବନନ୍ତପୁରମ୍‌: ଗୋଟାଏ ଅଜବ ମାମଲାରେ ପାତନାପୁରମ ପୁଲିସ ଗୁରୁବାର ଦିନ ଜଣେ ୧୩ ବର୍ଷିୟ ବାଳକକୁ ହାଜତକୁ ନେଇଛି। ତା’ ନାଁରେ ଅଭିଯୋଗ ସେ ୧୫ ବର୍ଷୀୟ ପଡ଼ିଶାଘର ଝିଅକୁ ଅନ୍ତଃସତ୍ତ୍ୱା କରିଛି।
 
ସେ ବାଳକକୁ କୋଲାମ୍‌ ପୁଲିସ ନେଇ ହାଜର କରାଇଛି ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ। ସେ ମଧ୍ୟ ଜିଲ୍ଲା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡର ଅଧ୍ୟକ୍ଷ। ମାଜିଷ୍ଟ୍ରେଟ୍‌ ସେ ବାଳକକୁ ଜାମିନ୍‌ ଦେଇ ତା’ ପିତାମାତାଙ୍କ ତତ୍ତ୍ୱାବଧାନରେ ଛାଡ଼ିଦେଇଛନ୍ତି।
 
ପୁଲିସ କହିବା ଅନୁସାରେ, ନବମ ଶ୍ରେଣୀରେ ପାସ୍‌ କରିଥିବା ଛାତ୍ରୀଟିଏ ପିଲା ଜନ୍ମ କରିବାର ୪ ଦିନ ପରେ ଏହି ମାମଲା ରୁଜୁ କରାଯାଇଥିଲା। ପେଟ ବିନ୍ଧୁଛି ବୋଲି କହିବାରୁ ଝିଅଟିକୁ ଡାକ୍ତରଖାନାକୁ ନିଆଯାଇଥିଲ। ସେଠାରେ ଡାକ୍ତରମାନେ ତା’ ମା’ଙ୍କୁ ଜଣାଇଥିଲେ କି, ସେ ଅନ୍ତଃସତ୍ତ୍ୱା।
 
ଡାକ୍ତରମାନେ ଝିଅକୁ ଏକ ଉନ୍ନତ ଡାକ୍ତରଖାନାକୁ ନେବା ପାଇଁ ରେଫର୍‌ କରିଥିଲେ। କିନ୍ତୁ, ଘରକୁ ଫେରି ଝିଅଟି ଶିଶୁ ଜନ୍ମ କରିଥିଲା। 
ଝିଅର ବୟାନ ଅନୁସାରେ, ଗର୍ଭ ଧାରଣ ପାଇଁ ତାଙ୍କ ପଡ଼ିଶା ବାଳକ ଦାୟୀ। 
 
ମାଙ୍ଗାଲୁରସ୍ଥିତ ନିଜ ସମ୍ପର୍କୀୟଙ୍କ ଘରେ ଥିବା ଅଷ୍ଟମ ଶ୍ରେଣୀର ଛାତ୍ର ସେ ବାଳକକୁ ପୁଲିସ ସେଠାରୁ ଆଣିଥିଲା। ଝିଅଟି ସହ ଅଳ୍ପ କେତେ ଥର ରତିକ୍ରୀଡ଼ା କରିଥିବା କଥା ବାଳକଟି ସ୍ୱୀକାର କରିଥିଲା।
 
ତା’ ବାପା ମାଆଙ୍କ ସମ୍ମତି ପାଇ ପୁଲିସ ଡିଏନ୍‌ଏ ପରୀକ୍ଷଣ ପାଇଁ ସେ ବାଳକଠାରୁ ରକ୍ତ ନମୁନା ସଂଗ୍ରହ କରିଛନ୍ତି।