30 May 2017
11:04:42 AM
image
Sambad News
ଅପରାଧ

ନିଜ ସ୍ୱାମୀଙ୍କ କମ୍ପାନିର ୧୧ ତାଲା ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଆଇଟି ପରାମର୍ଶ ଦାତା

By Sambad | Date: May 19 2017 7:41PM
ନିଜ ସ୍ୱାମୀଙ୍କ କମ୍ପାନିର ୧୧ ତାଲା ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଆଇଟି ପରାମର୍ଶ ଦାତା

ମୋହାଲି: ମୋହାଲିର ଟିଡିଆଇ ବିଜିନେସ୍‌ ସେଣ୍ଟର୍‌ରେ ଚାକିରି କରିଥିବା ୩୫ ବର୍ଷୀୟା କର୍ମଜୀବୀ ମହିଳା ୧୧ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ହନି ମୋହନ ପ୍ରତିଦିନ ଗାଡ଼ିରୁ ଓହ୍ଲାଇ ତୃତୀୟ ମହଲାରେ ଥିବା ତାଙ୍କ ଅଫିସ୍‌କୁ ଯାଆନ୍ତି। ମାତ୍ର ମଙ୍ଗଳବାର ଦିନ ସେ ଗାଡ଼ିରୁ ଓହ୍ଲାଇ ତୃତୀୟ ମହଲାକୁ ନଯାଇ ସିଧା ଯାଇ ପହଞ୍ଚିଥିଲେ ୧୧ ମହଲାରେ। ୧୧ ମହଲା ଉପରୁ ଡେଇଇଁକରି ହନି ଆତ୍ମହତ୍ୟା କରିଛନ୍ତି। ଉଲ୍ଲେଖଯୋଗ୍ୟ, ହନି ଯେଉଁ କମ୍ପାନିରେ କାର୍ଯ୍ୟ କରୁଥିଲେ ସେହି କମ୍ପାନିର ମାଲିକ ହେଉଛନ୍ତି ତାଙ୍କ ସ୍ୱାମୀ ହରିତ୍‌ ମୋହନ। ହନି ସେହି କମ୍ପାନିର ଗ୍ରୁପ୍‌ ମ୍ୟାନେଜର୍‌ ଥିଲେ। ତେବେ, ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୁଲିସ୍‌ ସିସିଟିଭି ଫୁଟେଜ୍‌ ଦେଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। 

image