23 August 2017
3:41:19 PM
image
Sambad News
ଅପରାଧ

ନାଗପୁର ଏମ୍‌ଏଲ୍‌ଏ ହଷ୍ଟେଲ୍‌ରେ ନାବାଳିକାଙ୍କ ସହ ଦୁଷ୍କର୍ମ

By Sambad | Date: Apr 21 2017 11:28AM
ନାଗପୁର ଏମ୍‌ଏଲ୍‌ଏ ହଷ୍ଟେଲ୍‌ରେ ନାବାଳିକାଙ୍କ ସହ ଦୁଷ୍କର୍ମ
Photo Courtesy of Mid-day

ନାଗପୁର: ନାଗପୁର ସିଭିଲ୍‌ ଲାଇନ୍‌ ଅଞ୍ଚଳରେ ଥିବା ଏମ୍‌ଏଲ୍‌ଏ ହଷ୍ଟେଲ୍‌ରେ ଜଣେ ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ପୀଡ଼ିତାଙ୍କୁ କାମ ଦେଇଥିବା ମାଲିକଙ୍କ ପୁଅ ଏବଂ ପୀଡ଼ିତାଙ୍କ ପ୍ରେମିକ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।
 
ପୀଡ଼ିତାଙ୍କ ମା’ ଦେଇଥିବା ଏଫ୍‌ଆଇଆର୍‌ରୁ ଜଣାପଡ଼ିଛି, ଏପ୍ରିଲ୍‌ ୧୪ ଓ ୧୭ ତାରିଖ ଦି ୪୪ ବର୍ଷିୟ ମନୋଜ ଭଗତ ଏବଂ ୧୯ ବର୍ଷିୟ ରଜତ ମାଦ୍ରେ ଝିଅ ସହ ଦୁଷ୍କର୍ମ କରିଥିଲେ। ମାଲିକର ପୁଅ ଭଗତ୍‌ ଝିଅକୁ ହଷ୍ଟେଲ୍‌କୁ ନେଇ ପାର୍କିଂରେ ଥିବା ନିଜ କାର୍‌ରେ ଏବଂ ପରେ କୋଠରିରେ ତା’ସହ ଦୁଷ୍କର୍ମ କରିଥିଲେ। ଅନ୍ୟ ଅଭିଯୁକ୍ତଜଣକ ସେହି କୋଠରିରେ ଝିଅ ସହ ଦୁଷ୍କର୍ମ କରିଥିଲେ। ଦୁହିଁଙ୍କୁ ପୁଲିସ ଗିରଫ କରିଛି।
 
ପୀଡ଼ିତାଙ୍କ ମା’ ଗିତ୍ତିଖାଦାନ ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ଦିନ ଘଟଣା ଲୋକଲୋଚନକୁ ଆସିଥିଲା। ପୀଡ଼ିତା ଏକ ଗହଣା ଦୋକାନରେ କାର୍ଯ୍ୟ କରନ୍ତି। ପରିବାର ସାଙ୍ଗରେ ଭୋପାଳ ଯିବା ପାଇଁ ତାଙ୍କୁ ମାଲିକ କହିଥିଲେ। ଏକ ପାରିବାରିକ ସେ ରାଜି ହୋଇଯାଇଥିଲେ। କିନ୍ତୁ, ଭୋପାଳ ନେବା ପରିବର୍ତ୍ତେ ଅଭିଯୁକ୍ତ ତାଙ୍କୁ ଏମ୍‌ଏଲ୍‌ଏ ହଷ୍ଟେଲ୍‌କୁ ନେଇଯାଇଥିଲେ।