27 June 2017
7:30:35 AM
image
Sambad News
ଅପରାଧ

ସାହାଯ୍ୟ କରିବା ହେଲା କାଳ!

ଦ୍ୱିତୀୟ ପତ୍ନୀଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ହତ୍ୟାକଲା ଦ୍ୱିତୀୟ ପତ୍ନୀର ସାନ ଭଉଣୀା

By Sambad | Date: Jan 11 2017 12:04PM
ସାହାଯ୍ୟ କରିବା ହେଲା କାଳ!

ମୁମ୍ବାଇ:ମୁମ୍ବାଇର ପାୟୋଧୋନେଇରେ ୭୨ ବର୍ଷର ବୃଦ୍ଧଙ୍କୁ ହାତଗୋଡ଼ ବନ୍ଧା ହୋଇ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା ପୁଲିସ୍‌। ମହମ୍ମଦ ଶାହା ଦାରଭେଜ୍‌ ଏକ ଲଜ୍‌ର ମାଲିକ ଥିବା ବେଳେ ଏକୁଟିଆ ଏକ ଫ୍ଲାଟରେ ରହୁଥିଲେ। କିଏ କାହିିଁକି ମହମ୍ମଦ ଦାରଭେଜ୍‌ଙ୍କୁ ହତ୍ୟା କଲା ତା'ର ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ପୁଲିସ୍‌। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ୍‌କୁ ପୁଲିସ୍‌ ଗିରଫ କରିଛି।
 
ମୃତ ମହମ୍ମଦ ସାଦିକା ନାମକ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସାଦିକାର ବି ଏହା ଦ୍ୱିତୀୟ ବିବାହ ଥିଲା। ସାଦିକାର ସାନ ଭଉଣୀ ରାହତ ରସିଦ ତାଙ୍କ ସହ ରହୁଥିଲା। କିଛିମାସ ପୂର୍ବରୁ ତାଙ୍କୁ ଅଲଗା ଘରେ ରହିବାକୁ ମହମ୍ମଦ କହିଥିଲେ। ସେ ଅଲଗା ରହିବା ବେଳେ ଏକ ଚୋରୀ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲା। ମହମ୍ମଦ ତାକୁ ଟଙ୍କା ଦେବା ସହ ଏକ ଭଲ ଓକିଲ ଠିକ୍‌ କରି ତାକୁ ଜେଲ୍‌ରୁ ମୁକୁଳାଇଥିଲେ। ରସିଦା ବାରମ୍ବାର ମହମ୍ମଦଙ୍କ ଘରକୁ ଆସୁଥିଲା। ତାକୁ ମୁକୁଳାଇଭା ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ମାଗିବାରୁ ରସିଦା ଦୁଇଜଣ ସହଯୋଗୀଙ୍କୁ ଡାକି ମହମ୍ମଦଙ୍କୁ ବାଡ଼ିଆ ପିଟା କରିଥିଲା। ଏହାପରେ ୩ ଜଣ ଯାକ ଶ୍ୱାସରୁଦ୍ଧ କରି ମହମ୍ମଦଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ମହମ୍ମଦଙ୍କ ହାତ ଗୋଡ଼ ବାନ୍ଧି ୩ ଜଣ ଯାକ ଫେରାର ହୋଇଯାଇଥିଲେ। ଫେରାର ହେବା ସମୟରେ ୩ ଜଣ ଏକ ମୁଦି ସହ ୧୫ ହଜାର ଟଙ୍କା ଲୁଟି ନେଇଥିଲେ।
 
ମୁମ୍ବାଇ ପୁଲିସ୍‌ ରାହତ ସହ ତାଆର ୨ ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।