23 August 2017
3:41:45 PM
image
Sambad News
ଅପରାଧ

୭ ବର୍ଷ ବୟସରୁ ବାପାଙ୍କ ଦ୍ୱାରା ଦୁର୍ଷ୍କମ ପୀଡ଼ିତାର ଦୁଃଖ କାହାଣୀ

୭୬ ବର୍ଷ ବୟସରେ ଦଣ୍ଡିତ ହୋଇ ଜେଲରେ ପ୍ରାଣ ହରାଇଲେ ବାପା

By Sambad | Date: Apr 21 2017 1:35PM
୭ ବର୍ଷ ବୟସରୁ ବାପାଙ୍କ ଦ୍ୱାରା ଦୁର୍ଷ୍କମ ପୀଡ଼ିତାର ଦୁଃଖ କାହାଣୀ
Photo Courtesy of Mirror

ନିଜ ବାପାଙ୍କ ଦ୍ୱାରା ୭ ବର୍ଷ ବୟସରୁ ଦୁର୍ଷ୍କମ ପୀଡ଼ିତ ହୋଇ ଥିବା ୬ଟି ପିଲାର ମା’ ବଖାଣିଛନ୍ତି ନିଜ ଜୀବନର ଦୁଃଖ କାହାଣୀ । ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ୭୫ ବର୍ଷ ବୟସରେ ୮ ବର୍ଷ କାରାଦଣ୍ଡାଦେଶ ପାଇଥିବା ମିଶେଲି ଡେଭିସ୍‌ଙ୍କ ବାପା ଆଲାନ୍‌ ଡେଭିସ୍‌ ୭୬ ବର୍ଷ ବୟସରେ ଜେଲ୍‌ରେ ପ୍ରାଣ ତ୍ୟାଗ କରିଛନ୍ତି। 
 
ମିଶେଲି କହନ୍ତି, ସାତ ବର୍ଷ ବୟସରେ ତାଙ୍କୁ ଅପରାହ୍ଣରେ ଶୁଆଇବାକୁ ବାପା ବିଛଣାକୁ ନିଅନ୍ତି। କିନ୍ତୁ, ଶୁଆଇବା ପରିବର୍ତ୍ତେ ସେ ନିଜର ଅର୍ନ୍ତବାସ ଖୋଲି ତାଙ୍କ ଦ୍ୱାରା ବଡ଼ ଭୟାବହ କାଣ୍ଡ କରାନ୍ତି। ଦୈବାତ୍‌ ଦିନରେ ସୁଯୋଗ ନ ମିଳିଲେ ସେ ରାତିରେ ମୋ କୋଠରିକୁ ପଶି ଆସନ୍ତି।
 
ମିଶେଲିଙ୍କୁ ଷୋହଳ ବର୍ଷ ହେବା ଯାଏଁ ବାପା ଆଲାନ୍‌ ତା’ ସହ ଦୁଷ୍କର୍ମରେ ଲିପ୍ତ ଥିଲେ ଏବଂ ସେତେବେଳେ ସେ ଅନ୍ତଃସତ୍ତ୍ୱା ହୋଇଯାଇଥିଲା।
 
କିନ୍ତୁ, ବାପାଙ୍କର ଯୌନବିକାର ମିଶେଲିଙ୍କ ମନରେ ଭୟ ଓ ବିଷାଦ ଯୋଗ ଆଣିଲା। ମତେ ଲାଗେ ଜବରଦସ୍ତି ମୋଠାରୁ ମୋ ବାଲ୍ୟକାଳ ଛଡ଼େଇ ନିଆଯାଇଛି।  
ସ୍ୱାମୀ ଷ୍ଟିଭେନ୍‌ଙ୍କ ସହ ୨୫ ବର୍ଷ ବୈବାହିକ ଜୀବନ କଟାଇବା ପରେ ମୋ ବଡ଼ ଝିଅ ସାମନ୍ଥାର ସମର୍ଥନରେ ବାପାଙ୍କ ବିରୋଧରେ ଅଭିଯୋଗ ନେଇ ଥାନାକୁ ବାହାରିଲି।
ତାହା ଥିଲା ୨୦୧୫ ମସିହା ଅକ୍ଟୋବର ମାସ। ବାପାଙ୍କୁ ୮ ବର୍ଷ ପାଇଁ ଜେଲ୍‌ ହେଲା। ଜେଲ୍‌ରେ ଥାଇ ବାପା ୨୦୧୬ରେ ପରଲୋକ ଗଲେ। 
 
ଏବେ ମୋ ଉପରୁ ବିଷାଦର କଳା ବଉଦ ହଟିଗଲା ପରି ଲାଗୁଛି ବୋଲି କହନ୍ତି ମିଶେଲ୍‌।