30 May 2017
11:05:34 AM
image
Sambad News
ଅପରାଧ

ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ୍‌, ମୁମ୍ବାଇ ଓ ଆଜ୍‌ମେର୍‌ରୁ ଧରାହେଲେ ହାଇପ୍ରୋଫାଇଲ୍‌ ରୂପଜୀବୀ

By Sambad | Date: May 19 2017 8:49PM
ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ୍‌, ମୁମ୍ବାଇ ଓ ଆଜ୍‌ମେର୍‌ରୁ ଧରାହେଲେ ହାଇପ୍ରୋଫାଇଲ୍‌ ରୂପଜୀବୀ

ଜୟପୁର୍‌ : ରାଜସ୍ଥାନ ପୁଲିସ୍‌ର ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ଏକ ବୃହତ୍‌ ଅନ୍ତଃରାଜ୍ୟ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ୍‌ କରିଛି। ଏହି ର‍୍ୟାକେଟ୍‌ରେ ୩୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏଥିରେ ୬ଜଣ ଯୁବତୀ ଓ ୬ ଜଣ ଆଇନଜୀବୀ ରହିଥିବା ଜଣାଯାଇଛି। ମୁଖ୍ୟତଃ ସଂମ୍ଭ୍ରାନ୍ତ  ଓ ଧନୀକ ବ୍ୟକ୍ତିଙ୍କୁ  ଟାର୍ଗେଟ୍‌ କରି ସେମାନଙ୍କୁ ହନି ଟ୍ରାପ୍‌ରେ ପକାଇ ଶରୀରିକ ସଂପର୍କ  ଯୋଡ଼ିବା ପରେ ଏଇ ର‍୍ୟାକେଟ୍‌ ସେମାନଙ୍କଠାରୁ ବ୍ଲାକ୍‌ମେଲିଂ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲା। ଏହି କୌଶଳରେ ଏହି ର‍୍ୟାକେଟ୍‌ ପ୍ରାୟ ୨୦ କୋଟି ଟଙ୍କା ଲୁଟି ନେଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ ।
 
ଏହି ର‍୍ୟାକେଟ୍‌ ସହ ସଂପୃକ୍ତ ଶିଖା ତିଓ୍ଵାରୀ  ନାମ୍ନୀ ଜଣେ ପେସାଦାର ଡ଼ିଜେଙ୍କୁ ମୁମ୍ବାଇର ଏକ ହୋଟେଲ୍‌ରୁ ଗିରଫ  କରାଯାଇଛି। ସେ ଜୟପୁରର ଜଣେ ଡ଼ାକ୍ତରଙ୍କୁ  ହନିଟ୍ରାପ୍‌ କରିବା ପରେ ବ୍ଳାକ୍‌ ମେଲିଂ କରି ତାଙ୍କଠାରୁ କୋଟିଏ ଟଙ୍କା ଲୁଟ ନେଇି ମୁମ୍ବାଇ ଚାଲି ଆସିଥିଲେ। ଏଥିସହ ର‍୍ୟାକେଟ୍‌ର ଆଉ ଜଣେ ସଦସ୍ୟ ଆକାଂକ୍ଷା ହଜ୍‌କିଲ୍‌ଙ୍କୁ ଆଜ୍‌ମେର୍‌ରୁ ଗିରଫ କରାଯାଇଛି। ଆକାଂକ୍ଷାଙ୍କୁ  ତାଙ୍କ ବୟଫ୍ରେଣ୍ଡ୍‌ ଅକ୍‌ସଦ୍‌ ଶର୍ମାଙ୍କ ସହ ପୁଲିସ୍‌ ଧରିଛି। ଆକାଂକ୍ଷା ଏହି ର‍୍ୟାକେଟ୍‌ରେ ରାଣୀ ମହୁମାଛି ବୋଲି ଜଣାପଡ଼ିଛି। 
 

image