27 March 2017
12:19:02 AM
Sambad News
ରାଜ୍ୟ

ଆସନ୍ତାକାଲିଠାରୁ ମିଳିବ ଓଏସ୍‌ଏସ୍‌ଟିଇଟି ଉତ୍ତର କି’

By Sambad | Date: Jan 7 2017 11:20PM
ଆସନ୍ତାକାଲିଠାରୁ  ମିଳିବ ଓଏସ୍‌ଏସ୍‌ଟିଇଟି ଉତ୍ତର କି’

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି)ର ପ୍ରୋଭିଜିନାଲ ଆନ୍‌ସର କି’ ଆସନ୍ତାକାଲିଠାରୁ ବୋର୍ଡ ଓ୍ଵବ୍‌ ସାଇଟ୍‌ www.bseodisha.ac.inରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ବୋର୍ଡ ଓ୍ଵବ୍‌ସାଇଟ୍‌ରୁ ଉତ୍ତର କାଢିି ନିଜ ଉତ୍ତର ସହିତ ମିଳାଇବେ। ଆବଶ୍ୟକ ପଡ଼ିଲେ ବୋର୍ଡ ସହିତ ଚାଲେଞ୍ଜ କରିପାରିବେ। ପ୍ରତି ପ୍ରଶ୍ନର ଚାଲେଞ୍ଜ ପାଇଁ ପରୀକ୍ଷାର୍ଥୀମାନେ ବୋର୍ଡରେ ୫ଶହ ଟଙ୍କା ଦାଖଲ କରିବେ। ପରୀକ୍ଷାର୍ଥୀମାନେ ଏହି ଚାଲେଞ୍ଜକୁ ଜାନୁଆରି ୧୧ତାରିଖରୁ ୧୯ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ କରିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି। ବୋର୍ଡ ପକ୍ଷରୁ କୌଣସି ହାର୍ଡ କପି ବା ଇ-ମେଲ୍‌କୁ ଗ୍ରହଣ କରାଯିବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି। 

 
ଏଠାରେ ସୂଚନା ଯୋଗ୍ୟ କି, ବୋର୍ଡ ଦ୍ୱାରା ପରିଚାଳିତ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ଗତବର୍ଷ ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ୩୩ ହଜାର ୩୭୨ଜଣ ପରୀକ୍ଷାର୍ଥୀ ରାଜ୍ୟର ୧୧୫ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।