27 June 2017
7:35:07 AM
image
Sambad News
କଟକ

ଡ. ଗୋବିନ୍ଦ ଭୂୟାଁଙ୍କ ‘ସମାଜ ସାହିତ୍ୟ ରାଜନୀତି’ ଉନ୍ମୋଚିତ

By Sambad | Date: Jan 12 2017 12:41AM
ଡ. ଗୋବିନ୍ଦ ଭୂୟାଁଙ୍କ ‘ସମାଜ ସାହିତ୍ୟ ରାଜନୀତି’ ଉନ୍ମୋଚିତ

କଟକ : ଭାଷାର ସୁରକ୍ଷା ପାଇଁ ଗଦ୍ୟର ଆବଶ୍ୟକତା ଅଧିକ ରହିଛି। ବିନା ଗଦ୍ୟରେ କୌଣସି ଭାଷା ବଞ୍ଚିପାରିବନାହିଁ। ସୁଖପାଠ୍ୟ ଗଦ୍ୟ ଗୋଟିଏ ଭାଷାକୁ ବ୍ୟବହାର ଉପଯୋଗୀ ଓ ଲୋକାଭିମୁଖୀ କରିଥାଏ। ଭାଷାକୁ ସାମାଜିକ ପରମ୍ପରରା ଅଧିକାରୀ, ରାଜନୀତିର ଅସ୍ତ୍ର ଏବଂ ସମାଜ ପୁର୍ନଗଠନର ଆୟୁଧ କରିବାକୁ ହେଲେ ସୁଖପାଠ୍ୟ ପ୍ରବନ୍ଧ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଡ. ଗୋବିନ୍ଦ ଭୂୟାଁଙ୍କ ରଚିତ ପୁସ୍ତକ ‘ସମାଜ ସାହିତ୍ୟ ରାଜନୀତି’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
 
ମହାନଦୀବିହାରସ୍ଥିତ ମହାନଦୀ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇଂଜିନିୟର ଡ. ରାଜେନ୍ଦ୍ର ନାରାୟଣ ଦାସ ଡ. ଭୂୟାଁଙ୍କ ଉନ୍ମୋଚିତ ପୁସ୍ତକଟି ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ରଚନା ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଡ. ବାବାଜୀ ଚରଣ ପଟ୍ଟନାୟକ ପୁସ୍ତକରେ ସ୍ଥାନୀତ ବିଭିନ୍ନ ପ୍ରବନ୍ଧର ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଅଧ୍ୟାପକ ବିଶ୍ୱରଞ୍ଜନ ପୁସ୍ତକଟି ସାହିତ୍ୟ, ସମାଜ ଓ ରାଜନୀତିକୁ ନୂତନ ଦିଗଦର୍ଶନ ଦେବ ବୋଲି କହିଥିଲେ। ନିଜର ଲେଖକୀୟ ଅଭିଭାଷଣରେ ଡ. ଭୂୟାଁ ‘ତୋଷାମୋଦ ସାହିତ୍ୟର ଚରମ ଶତ୍ରୁ ଏବଂ ସ୍ପଷ୍ଟବାଦିତା ସାହିତ୍ୟର ପରମ ମିତ୍ର’ ବୋଲି କହିଥିଲେ। 
 
ଉଲ୍ଲେଖଯୋଗ୍ୟ, ୨୦୦୦ ମସିହାରୁ ୨୦୧୬ ମଧ୍ୟରେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଡ. ଭୂୟାଁଙ୍କ ୩୯ଟି ପ୍ରବନ୍ଧ ଉକ୍ତ ପୁସ୍ତକରେ ସ୍ଥାନ ପାଇଛି।  ପ୍ରକାଶିତ ହୋଇଛି। ସେଥିରୁ ୩୧ଟି କେବଳ ସମ୍ବାଦରେ ପ୍ରକାଶ ପାଇଥିଲା। ଉତ୍ସବରେ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରଥିବା ବେଳେ ଡ.ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଡ.ଭୂୟାଁଙ୍କ ଦୁଇ ବୋହୂ ଶୁଭଲକ୍ଷ୍ମୀ ନାୟକ ଓ ସୋନାଲି ସରିତା ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିଥିଲେ।
 
ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ପ୍ରଭାତ କୁମାର ମିଶ୍ର, ପ୍ରଫେସର ବୈରାଗୀ ଚରଣ ଜେନା, ଡ. ବୈଷ୍ଣବ ଚରଣ ସାମଲ, ଡ.ପାବକ କାନୁନ୍‌ଗୋ, ଇଂଜିନିୟର ପ୍ରଭାକର ସ୍ୱାଇଁ, ଆଇନଜୀବୀ ଧରଣୀଧର ନାୟକ, ଅସିତ ମହାନ୍ତି, ସ୍ୱରାଜ ମିଶ୍ର, ଡ. ବ୍ରଜ ମୋହନ ମିଶ୍ର, ସ୍ତମ୍ଭକାର ନଟବର ଖୁଣ୍ଟିଆ, ବୀରକିଶୋର ସୁବୁଦ୍ଧି, କୃଷ୍ଣଚନ୍ଦ୍ର ଆଇଚ୍‌, ସାବିତ୍ରୀ ଚୌଧୁରୀ, ରବିନାରୟଣ ସାମନ୍ତ, ରବୀନ୍ଦ୍ରନାଥ ମହାନ୍ତି, କୈଳାଶ ବରାଳ, ରବି ଶତପଥୀ, ଚିତ୍ତ ମିଶ୍ର, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ତ୍ତ ବିଭାଗର ପୂର୍ବତନ ସଚିବ ଇଂଜିନିୟର ଗୋପାଳ କୃଷ୍ଣ ବେହେରା ଧନ୍ୟବାଦ ଦେଇଥିଲେ।