26 February 2017
11:39:05 AM
Sambad News
କଟକ

ଓକ୍‌ ଇଣ୍ଡିଆ ମୁଖ୍ୟଙ୍କ ଜାମିନ୍‌ ଖାରଜ୍‌

By Sambad | Date: Jan 12 2017 12:53AM
ଓକ୍‌ ଇଣ୍ଡିଆ ମୁଖ୍ୟଙ୍କ ଜାମିନ୍‌ ଖାରଜ୍‌

କଟକ : ଓକ୍‌ ଇଣ୍ଡିଆ ମଲ୍‌ଟିଷ୍ଟେଟ୍‌ କ୍ରେଡିଟ୍‌ କୋ-ଅପ୍‌ରେଟିଭ୍‌ ସୋସାଇଟି ଲିମିଟେଡ୍‌ ସଭାପତି ଓମକାର ସିଂଙ୍କ ନିୟମିତ ଜାମିନ୍‌ ଆବେଦନ ଚିଟ୍‌ ଫଣ୍ଡ୍‌ ମାମଲାର ବିଚାର କରୁଥିବା କଟକ ଡେଜିଗନେଟେଡ୍‌ କୋର୍ଟ ଖାରଜ୍‌ କରିଛନ୍ତି। ତାଙ୍କ ବିରୋଧରେ ଜମାକାରୀଙ୍କୁ ଠକିଥିବା ନେଇ ତଦନ୍ତରୁ ପ୍ରମାଣ ମିଳିଥିବାରୁ ଜାମିନ୍‌ ନାମଞ୍ଜୁର କରାଯାଇଥିବା ଜଣାଯାଇଛି। ସରକାରଙ୍କ ପକ୍ଷରୁ ସ୍ପେଶାଲ୍‌ ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତଙ୍କୁ ୨୦୧୫ ମସିହା ନଭେମ୍ବର ୭ରେ କୋଲକାତାରୁ କ୍ରାଇମବ୍ରାଞ୍ଚ୍‌ ଅଥନୈତିକ ଅପରାଧ ଶାଖା ଗିରଫ୍‌ କରିଥିଲା। ଆମ୍ବିସିୟସ୍‌ ଡାଇଭର୍ସିଫାଏଡ୍‌ ପ୍ରୋଜେକ୍ଟସ ମ୍ୟାନେଜମେଣ୍ଟ୍‌ ଲିମିଟେଡ୍‌ ଓ ଓକ୍‌ ଇଣ୍ଡିଆ ସଂସ୍ଥା ମାଧ୍ୟମରେ ଅଭିଯୁକ୍ତ ଓଡିଶାର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କୋରାପୁଟ୍‌ ଅଞ୍ଚଳରେ ଶାଖା ଖୋଲି କୋଟି କୋଟି ଟଙ୍କା ସାଧାରଣ ଲୋକଙ୍କ ନିକଟରୁ ବିଭିନ୍ନ ଯୋଜନା ମାଧ୍ୟମରେ ସଂଗ୍ରହ କରିଥିଲେ।