25 March 2017
3:23:18 AM
Sambad News
କଟକ

ଆଲୁମିନିୟମ ତାର ବୋଝେଇ ମିନିଟ୍ରକ, ବୋଲେରୋ ଜବତ, ୩ ଗିରଫ

By Sambad | Date: Jan 12 2017 9:50AM
ଆଲୁମିନିୟମ ତାର ବୋଝେଇ ମିନିଟ୍ରକ, ବୋଲେରୋ ଜବତ, ୩ ଗିରଫ
Alibaba

କଟକ: କଟକ- ସମ୍ବଲପୁର ଜାତୀୟ ରାଜପଥରେ ଲୁଟ୍‌, ରାହାଜାନୀ କରୁଥିବା ଏକ ଗ୍ୟାଙ୍ଗ୍‌କୁ ଖୁଣ୍ଟୁଣି ଥାନା ପୁଲିସ ଧରିବା ସହିତ ସେମାନଙ୍କ ଠାରୁ  ଆଲୁମିନିୟମ  ତାର ବୋଝେଇ ଗୋଟିଏ ମିନି ଟ୍ରକ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି। ଜବତ ଆଲୁମୁନିୟମ ତାରର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ଗ୍ୟାଙ୍ଗ୍‌ ଏକ ଆନ୍ତରାଜ୍ୟ ଡକାୟତି ଦଳର ସଦସ୍ୟ। ଏମାନେ ଜାତୀୟ ରାଜପଥରେ ଯାତାୟତ କରୁଥିବା ଟ୍ରକ୍‌ ଅଟକାଇ ସାମଗ୍ରୀ ଲୁଟ୍‌ କରନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।