22 August 2017
5:24:32 AM
image
Sambad News
ରାଜ୍ୟ

ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି

ପୁରୀରେ ଆଇନଜୀବୀଙ୍କ ହତ୍ୟାକୁ ବିରୋଧ

By Sambad | Date: Jan 9 2017 10:32PM
ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି

କଟକ: ପୁରୀରେ ହୋଟେଲ ମାଲିକ ତଥା ଆଇନଜୀବୀ ଚନ୍ଦନ ବେହେରାଙ୍କ ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ  ହାଇକୋର୍ଟ ଆଇନଜୀବୀମାନେ ମଙ୍ଗଳବାର ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  ଅପରାହ୍ନ ୪ଟାରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଜରୁରି ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଦସ୍ୟମାନେ ଦାବି କରିଥିଲେ। ଆଇନଜୀବୀଙ୍କ ଉପରେ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ଏପରି ଘଟଣାର ବାର୍‌ ଆସୋସିଏସନ୍‌ ପକ୍ଷରୁ ନିନ୍ଦା କରାଯାଇଛି।

ଏପରି ବର୍ବର ଘଟଣାର ପ୍ରତିବାଦରେ ମଙ୍ଗଳବାର ଦିନକ ପାଇଁ କୋର୍ଟ କାର୍ଯ୍ୟ ବର୍ଜନ କରିବା ଲାଗି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉପସଭାପତି କାଳୀନ ପ୍ରସନ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଉମେଶ ଚନ୍ଦ୍ର ବେଉରା, ଯୁଗ୍ମ ସଂପାଦକ ଦିଲ୍ଲୀପ ରାୟ, ଆସୋସିଏସନର ଅନ୍ୟ କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଏପରି ନିଷ୍ପତ୍ତି ସଂପର୍କରେ କଟକର ଅନ୍ୟ ଆଇନଜୀବୀ ସଂଘ ଗୁଡିକୁ ମଧ୍ୟ ଅବଗତ କରାଯାଇଛି ବୋଲି ସଂପାଦକ ଶ୍ରୀ ବେଉରା ସୂଚନା ଦେଇଛନ୍ତି।