30 March 2017
8:05:07 AM
Sambad News
ରାଜ୍ୟ

ଏସ୍‌ସିବିରେ ପାର୍କିଂକୁ ନେଇ ଡାକ୍ତର ପୁଲିସ ମୁହାଁ ମୁହିଁ ଘଟଣା: କଟକ ଡିସିପିଙ୍କୁ ଭେଟିଲେ ଡାକ୍ତରୀ ଛାତ୍ର ସଂଘର କର୍ମକର୍ତ୍ତା

By Sambad | Date: Jan 7 2017 5:22PM
ଏସ୍‌ସିବିରେ ପାର୍କିଂକୁ ନେଇ ଡାକ୍ତର ପୁଲିସ ମୁହାଁ ମୁହିଁ ଘଟଣା: କଟକ ଡିସିପିଙ୍କୁ ଭେଟିଲେ ଡାକ୍ତରୀ ଛାତ୍ର ସଂଘର କର୍ମକର୍ତ୍ତା

 କଟକ: ଶୁକ୍ରବାରରେ କଟକ ଏସ୍‌ସିବି ମେଡିକାଲ୍‌ ପରିସରରେ କାର୍‌ ପାର୍କିଂକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏହାକୁ ନେଇ ମୁହାଁ ମୁହିଁ ହୋଇଥିଲେ ଡାକ୍ତର ଓ ପୁଲିସ୍‌ ଅଧିକାରୀ। ଶନିବାରରେ  ଡାକ୍ତର ଚିତ୍ତରଞ୍ଜନ କରଙ୍କ ସହ ଡାକ୍ତରୀ ଛାତ୍ର ସଂଘର କର୍ମକର୍ତ୍ତା କଟକ ଡିସିପିଙ୍କୁ ଭେଟିଛନ୍ତି। ପୁଲିସ୍‌ ଅଧିକାରୀ ଏ ବିଷୟରେ କ୍ଷମା ମାଗିବା ପାଇଁ ସେମାନେ ଡିସିପଙ୍କୁ କହିଛନ୍ତି।

ପ୍ରକାଶ ଯୋଗ୍ୟ ଯେ ଶୁକ୍ରବାରରେ ନେଫ୍ରୋଲଜି ବିଭାଗର ମୁଖ୍ୟ ଡାକ୍ତର ଚିତ୍ତରଞ୍ଜନ କର ନିଜ କାର୍‌ ପାର୍କିଂ କରୁଥିବା ସମୟରେ ମେଡିକାଲ୍‌ ଫାଣ୍ଡି ଅଧିକାରୀ ଏହାକୁ ବାରଣ କରିଥିଲେ। ଏହାପରେ ଡାକ୍ତର ଚିତ୍ତରଞ୍ଜନ କର ଗାଳି ଗୁଲଜ କରିଥିବା ଫାଣ୍ଡି ଅଧିକାରୀ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପରେ ଡାକ୍ତର ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଶୁକ୍ରବାର ରାତିରେ ଏହି ଘଟଣାକୁ ବିରୋଧ କରି ଡାକ୍ତରୀ ସଂଘର କର୍ମକର୍ତ୍ତାମାନେ ଏସ୍‌ସିବି ମେଡିକାଲ୍‌ର ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ ରୋଗୀ ସେବା ବନ୍ଦ କରିବାକୁ ଧମକ ଦେଇଥିଲେ।