23 February 2017
8:16:09 AM
Sambad News
କଟକ

ଯୁବତୀଙ୍କ ଠାରୁ ଯୁବକ ଖାଇଲେ ଚପଲ ମାଡ଼: କମେଣ୍ଟ ମାରିବା ମହଙ୍ଗା ପଡ଼ିଲା

By Sambad | Date: Jan 8 2017 6:21PM
ଯୁବତୀଙ୍କ ଠାରୁ ଯୁବକ ଖାଇଲେ ଚପଲ ମାଡ଼: କମେଣ୍ଟ ମାରିବା ମହଙ୍ଗା ପଡ଼ିଲା

କଟକ: କମେଣ୍ଟ ମାରିବା  ସହ ଯୁବତୀଙ୍କୁ ସ୍ପର୍ଶ କରିବା ମହଙ୍ଗା ପଡ଼ିଲା। କଟକ ବାଦାମବାଡ଼ିରେ ସମସ୍ତଙ୍କ ଆଗରେ ଯୁବକ  ଖାଇଲେ ଚପଲ ମାଡ଼। ଶୁକ୍ରବାର ରାତିରେ ଜଣେ ଯୁବତୀ ବାଦାମବାଡ଼ି ଅଞ୍ଚଳକୁ ଜିନିଷ କିଣିବାକୁ ଆସିଥିବା ବେଳେ ତାଙ୍କୁ କମେଣ୍ଟ ମାରିବା ସହ ସ୍ପର୍ଶ କରିଥିଲା ଜଣେ ଯୁବକ। ଚୁପ୍‌ଚାପ୍‌ ସହିଯିବା ଅପେକ୍ଷା ଏପରି ଅଶୀଳ୍ଳ କାର୍ଯ୍ୟର ବିରୋଧ କରିଥିଲେ ଯୁବତୀ। ଯୁବକଙ୍କୁ ମାଡ଼ମାରିବା ସହ ଚପଲରେ ପିଟିଥିଲେ। ଏବେ ଯୁବକଙ୍କ ନାମରେ ବାଦମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।