25 May 2017
4:48:35 AM
image
Sambad News
ଦେବଗଡ଼

ଦୁଇ ବାଇକ୍‌ ମଧ୍ୟରେ ଧକ୍କା

କଲେଜ ଛାତ୍ର ମୃତ, ୫ ଗୁରୁତର

By Sambad | Date: Dec 14 2016 3:23AM
ଦୁଇ ବାଇକ୍‌ ମଧ୍ୟରେ ଧକ୍କା


ଦେବଗଡ଼: ମଙ୍ଗଳବାର ଅପରାହ୍‌ଣ ପ୍ରାୟ ଅଢେଇଟା ବେଳେ ତିଲେଇବଣି ବ୍ଲକ ମାଝୀପାଲି (କଂସର) ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
 

ମିଳିଥିବା ସୂଚନାନୁସାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଫୁଲଝରଣ ଗାଁର ପାତ୍ରାସ ମୁଣ୍ଡାଙ୍କ ପୁଅ ସୁଶୀଳ ମୁଣ୍ଡା (୪୫), ବସିଆପଡ଼ା ଗାଁର ହରମନ ସୁରିନଙ୍କ ପୁଅ ଅଗସ୍ତୁନ ସୁରିନ (୨୬) ଏବଂ ଯାଦୁଲୁଇସିଂ ଗାଁର ଆସିଆନ କୁଣ୍ଡୁଲାନା (୨୪) ତିଳେଇବଣି ବ୍ଲକ୍‌ ଦୁଧିଆନାଳୀ ଗାଁରୁ ଏକ ବାହାଘର ଭୋଜି ଖାଇ ବାଇକରେ ଫେରୁଥିଲେ। ଅପରାହ୍‌ଣ ପ୍ରାୟ ଅଢ଼େଇଟା ବେଳେ କଂସର ଫାଣ୍ଡି ମାଝିପାଲି ଗାଁ ନିକଟରେ ସେମାନେ ଏକ ବସ୍‌କୁ ଅତିକ୍ରମ କରିବା ବେଳେ ସାମ୍‌ନାରୁ ବାଇକ୍‌ରେ ଆସୁଥିବା ଟାଇଁସର ଗାଁର ନିରଞ୍ଜନ ସାହୁଙ୍କ ପୁଅ ବିକାଶ (୧୬) ଓ ଅନ୍ୟ ଦୁଇ ଜଣଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ସମସ୍ତେ ବାଇକରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ବିକାଶଙ୍କୁ ମୃତ ଘୋଷଣା କରିଥିଲେ। ବିକାଶଙ୍କ ସହ ଥିବା ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବିକାଶ କଂସର କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ବାଇକରେ ଥିବା ସୁଶୀଳଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା  ବେଳେ ଅଗସ୍ତୁନଙ୍କ ମୁଣ୍ଡ ଓ ମୁହଁ ତଥା ଆସିଆନଙ୍କ ପାଦରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେଉଥିଲା। ସମସ୍ତେ ଦେବଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

image