29 April 2017
8:56:35 AM
image
Sambad News
ଦେବଗଡ଼

ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

‘ପୁଲିସ ମାମଲା ରୁଜୁ କରୁନି’

By Sambad | Date: Dec 16 2016 10:37AM
ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ


ଦେବଗଡ: ଗତ ୧୦ ତାରିଖ ବାରକୋଟ ଥାନା ଚାନ୍ଦିପୋଶି ଗ୍ରାମର ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି। ମାତ୍ର ବାରକୋଟ ପୁଲିସ ଏନେଇ କୌଣସି ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଛି। ଗତ ୧୦ ତାରିଖ ମଧ୍ୟାହ୍ନରେ ଚାନ୍ଦିପୋଷି ଗ୍ରାମର ବିରଂଚି  ଧିବର(୫୨) ଉକ୍ତ ଗ୍ରାମର ପଠାଣୀ ଧିବରଙ୍କ ସହ ଏକ ଋଣ ସମ୍ପର୍କିତ ଆଲୋଚନା କରୁଥିବା ସମୟରେ ନିକଟସ୍ଥ ଲୁଧାପଶି ଗ୍ରାମର ନିଳାଦ୍ରୀ ଧିବର (୨୭) ହଠାତ ସେଠାରେ ପହଂଚି ବିରଂଚିଙ୍କୁ ଗାଳିଗୁଲଜ କରିବା ସହ ଏକ ପଥରରେ ନିସ୍ତୁକ ମାଡ ମାରିଥିଲେ।

ଏହାଦେଖି ବିରଂଚିଙ୍କ ସ୍ତ୍ରୀ ଗୁରୁବାରୀ ସେଠାକୁ ଧାଇଁ ଆସିବାରୁ ତାଙ୍କୁ ମଧ୍ୟ ନିଳାଦ୍ରୀ ଅନୁରୂପ ଆକ୍ରମଣ କରିଥିଲା। ଏଥିରେ କୁଆଡ଼େ  ନିଳାଦ୍ରୀଙ୍କ ମା’  ଓ ଜଣେ ସମ୍ପର୍କୀୟ ଭାଉଜ ମଧ୍ୟ ନିଳାଦ୍ରୀକୁ ସହଯୋଗ କରିଥିଲେ। ଫଳରେ ଗୁରୁବାରୀଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ୱାମୀ ବିରଞ୍ଚଙ୍କ ବାମ ହାତର ହାଡ ଭାଙ୍ଗି ଯାଇଥିଲା। ଏ ନେଇ ବିରଂଚି ଉକ୍ତଦିନ ହିଁ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମାତ୍ର ଅଦ୍ୟାବଧି ଅଭିଯୁକ୍ତ ନିଳାଦ୍ରୀ କିମ୍ବା ତା’ର ସମ୍ପର୍କୀୟା ମାନଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ କରାଯାଇନଥିବା କିମ୍ବା ସେ ସେ ଦେଇଥିବା ଲିଖିତ ଅଭିଯୋଗ ଏତଲା ପତ୍ରର ନକଲ ମାଗିବା ସତ୍ୱେ ବାରକୋଟ ପୁଲିସ ଦେଉନଥିବା ବିରଂଚି ଓ ତାଙ୍କ ସ୍ତ୍ରୀ ଗୁରୁବାରୀ ଅଭିଯୋଗ କରିଛନ୍ତି। ଉଭୟ ଗତକାଲି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଭାଙ୍ଗିଥିବା ହାତର ପ୍ଲାଷ୍ଟର କରାଇଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ବାରକୋଟ ଥାନାଧିକାରୀ ବ୍ରହ୍ମାନନ୍ଦ ପାତ୍ରଙ୍କୁ ପଚାରିବାରୁ ବିରଂଚିର ଦୋଷ ରହିଥିବା ପ୍ରକାଶ କରିବା କରିଛନ୍ତି।

image