29 March 2017
8:37:09 PM
Sambad News
ଦେବଗଡ଼

ଷ୍ଟେଟ୍‌ବ୍ୟାଙ୍କରେ ଟଙ୍କା ନାହିଁ, ଲୋକେ ହନ୍ତସନ୍ତ

By Sambad | Date: Dec 20 2016 5:00AM
ଷ୍ଟେଟ୍‌ବ୍ୟାଙ୍କରେ ଟଙ୍କା ନାହିଁ, ଲୋକେ ହନ୍ତସନ୍ତ

ରିଆମାଳ: ରିଆମାଳ ଷ୍ଟେଟ୍‌ବ୍ୟାଙ୍କରେ ଦେଖା ଦେଇଛି ଟଙ୍କା ଅଭାବ ଜନିତ ପରିସ୍ଥିତି। ବିମୁଦ୍ରାୟନ ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ଟଙ୍କା ପାଇଁ ଲମ୍ବା ଧାଡ଼ି ସିନା ବାନ୍ଧିବାକୁ ପଡୁଥିଲା, ହେଲେ ଲୋକେ ଟଙ୍କା ଉଠାଣ କରି ପାରୁଥିଲେ। ମାତ୍ର ଗତ ୧୫ ଦିନ ହେଲା ଆଉ ଟଙ୍କା ଉଠାଣ ହୋଇପାରୁ ନାହିଁ। ବ୍ୟାଙ୍କ୍‌କୁ ଗଲେ ଟଙ୍କା ନାହିଁ, ହଜାରେ ଟଙ୍କା ନିଅ ବୋଲି କର୍ମଚାରୀମାନେ କହୁଥିବା ଅଭିଯୋଗ ହୋଇଛି।

ଫଳରେ ଦୂରଦୂରାନ୍ତରୁ ଆସିଥିବା ଲୋକେ ନିରାଶ ହୋଇ ଫେରିବା ସହ ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପଚାରିବାରେ, ‘ଦେବଗଡ଼ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ଶାଖାରୁ ପର୍ଯ୍ୟାପ୍ତ ଟଙ୍କା ଆସିପାରୁନାହ। ଯାହା ଆସୁଛି ଶୀଘ୍ର ସରିଯାଉଛି’ ବୋଲି କହିଥିଲେ। ତେଣେ ସ୍ଥାନୀୟ ୟୁନିୟନ୍‌ ବ୍ୟାଙ୍କ୍‌ରେ ପର୍ଯ୍ୟାପ୍ତ ଟଙ୍କା ରହିଥିବା ବେଳେ ତା’ର ଉପଭୋକ୍ତାମାନେ ସୁରୁଖୁରୁରେ ନେଣଦେଣ କରୁଥିବା ଦେଖିବାକୁ ମିଳିଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପର୍ଯ୍ୟାପ୍ତ ଟଙ୍କା ଯୋଗାଣ ସହ ଶୀଘ୍ର କ୍ୟାସ୍‌ଲେସ୍‌ ବ୍ୟବସ୍ଥା କରିବାକୁ ଦାବି ହୋଇଛି