22 January 2017
5:40:06 PM
image
Sambad News
ଦେବଗଡ଼

ବିପୁଳ ନକଲି ମଦ ଜବତ, ମହିଳା ଗିରଫ

By Sambad | Date: Dec 28 2016 4:43AM
ବିପୁଳ ନକଲି ମଦ ଜବତ, ମହିଳା ଗିରଫ

ଅତାବିରା: ଅତାବିରା ଥାନା ବଡ଼ ବୁଗବୁଗା ଗାଁରେ ଦୁଃଖୁ ବନଛୋରଙ୍କ ଝିଅ ଦମୟନ୍ତୀ ବନଛୋର (୩୬) କରିଥିବା କୁଚିଆ ମଦ ଦୋକାନ ଉପରେ ମଙ୍ଗଳବାର ପୁଲିସ୍‌ ଓ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ବିପୁଳ ମାତ୍ରାରେ ଦେଶୀ ରନ୍ଧା ମଦ ସହ ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଛନ୍ତି। ଦମୟନ୍ତୀ ନକଲି ମଦ କାରବାର ଚଳାଇଥିବା ଖବର ପାଇବା ପରେ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ଅବକାରୀ ନିରୀକ୍ଷକ ପ୍ରସନ୍ନ ନାୟକ, ଥାନାଧିକାରୀ ବିଭୂତି ଭୂଷଣ ଭୋଇ, ଏଏସ୍‌ଆଇ ତ୍ରିଲୋଚନ ଦାଶ, ମନୋଜ ହୋତା, ଅବକାରୀ ବିଭାଗର ରାଜକୁମାର ବେହେରା, ରାଜୀବ କୁମ୍ଭାର ଅନିଲ ବାରିକ ପ୍ରମୁଖ ମିଳିତ ଚଢ଼ଉ କରିଥିଲେ।

ଚଢ଼ଉ ବେଳେ ସେଠାରେ ପ୍ଲାଷ୍ଟିକ୍‌ ଜାର୍‌ ଓ ଟ୍ୟୁବ୍‌ରେ ଥିବା ୩୪ ଲିଟର ଦେଶୀ ରନ୍ଧା ମଦ, ସର୍ଜିକାଲ୍‌ ସ୍ପିରିଟ୍‌, ୧.୪ ଲିଟର ରଙ୍ଗ ଓ ଏସେନ୍‌ସ ତଥା ୩୭ ବୋତଲ ବିଦେଶୀ ମଦ ଜବତ କରାଯାଇଥିଲା। ଦମୟନ୍ତୀକୁ ଗିରଫ କରାଯାଇ ବିଭାଗୀୟ କେସ୍‌ ନଂ. ୩୭/୧୬, ଦଫା ୪୭ଏ, ୫୨ଏ ଓ ୫୫ରେ କୋର୍ଟ ଚାଲାଣ କରାଯାଇଛି। ଜବତ ସ୍ପିରିଟ, ରଙ୍ଗ ଓ ଏସେନ୍‌ସ ନକଲି ମଦ ତିଆରିରେ ବ୍ୟବହୃତ ହେଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।