25 June 2017
2:24:24 AM
Sambad News
ଦେବଗଡ଼

ମହିଳାକୁ ଗଣଦୁଷ୍କର୍ମ ଅଭିଯୋଗ

By Sambad | Date: Dec 30 2016 11:03AM
ମହିଳାକୁ ଗଣଦୁଷ୍କର୍ମ ଅଭିଯୋଗ

କଣ୍ଟାବାଞ୍ଜି,: ଜଣେକ ଦଳିତ ମହିଳାକୁ ଗଣଦୁଷ୍କର୍ମ ହୋଇ ଥିବା ନେଇ କଣ୍ଟାବାଞ୍ଜି ଥାନାରେ ଏତଲା ହୋଇଛି। ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ମହିଳା ବୁଧବାର ସଂଧ୍ୟାରେ କାମ ସାରି ଘରକୁ ଫେରୁ ଥିଲେ। ଏହି ସମୟରେ ଚିଂଗରିପଡ଼ାର ଛବିଲ ବେହେରା, ତୁରଣ ଓ ଟିନା ନାମକ ୩ଜଣ ଯୁବକ ଦୁଷ୍କର୍ମ କରିଥିଲେ। ଏନେଇ ମହିଳା ରାତିରେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଧାରା ୩୭୬ରେ ମାମଲା ରଜୁ କରି ତଦନ୍ତ ଚଳାଇ ଥିବା ବେଳେ ଅଭିଯୁକ୍ତମାନେ ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ।