22 February 2017
10:54:10 PM
Sambad News
ଦେବଗଡ଼

ରିଆମାଳ: ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା, ସ୍ଥିତି ଅସ୍ପଷ୍ଟ

By Sambad | Date: Jan 7 2017 10:33AM
ରିଆମାଳ: ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା, ସ୍ଥିତି ଅସ୍ପଷ୍ଟ

ରିଆମାଳ: ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଥିବା ବେଳେ ଦିନ କେଇଟା ପରେ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲ ପ୍ରକ୍ରିୟା। ଏହାକୁ ନେଇ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ରେ  ଆଶାୟୀ, ରାଜନେତା ଓ ଭୋଟର୍‌ ସମସ୍ତ ଅଙ୍କ କଷାରେ ମାତିଥିବା ବେଳେ ଏବେ କିଏ କେଉଁଠୁ ପ୍ରାର୍ଥୀ ହେବ, କେଉଁ ଦଳର ପୃଷ୍ଠପୋଷକତା ପାଇବ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ। ଯାହା କି ପଞ୍ଚାୟତବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ରିଆମାଳ ସଦର ପଞ୍ଚାୟତର ସରପଞ୍ଚ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏଠାରେ ବିଜେପି ପ୍ରଥମଥର ପାଇଁ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ସମର୍ଥିତ ପ୍ରାର୍ଥୀଙ୍କୁ ଅବତୀର୍ଣ୍ଣ କରିବା ସହ ବ୍ଲକ୍‌ ଅଧ୍ୟକ୍ଷ ପାଇଁ ମଧ୍ୟ ପ୍ରାର୍ଥୀ ଚୟନ କରି ସାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ବିଜେପିର ଆଭିମୁଖ୍ୟ କ’ଣ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ କଂଗ୍ରେସ ଅଂଚଳରେ ଏକ ପ୍ରକାର ସ୍ଥାଣୁ ସ୍ଥିତିରେ ରହିଥିବା ଚର୍ଚ୍ଚା ହେଉଛି। ତେବେ ପୂର୍ବ ଥରଗୁଡ଼ିକ ଭଳି ରିଆମାଳରୁ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କୁ  ବିଜୟୀ ନ କରି ରିଆମାଳବାସୀ ଏଥର ପଞ୍ଚାୟତର ସାମୂହିକ ଉନ୍ନତି ଯିଏ କରିପାରିବା କ୍ଷମତା ରଖୁଛି ସେଭଳି ପ୍ରାର୍ଥୀଙ୍କୁ ବାଛି ଜିତାଇବାକୁ ଅଣ୍ଟା ଭିଡ଼ିଥିବା ଜଣାପଡ଼ିଛି। ଆଉ କିଛି ଦିନ ପରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପରେ ଦୃଷ୍ଟପଟ୍ଟ ସ୍ପଷ୍ଟ ହେବ ବୋଲି ରାଜନୈତିକ ମହଲ ମତ ଦେଇଛନ୍ତି।