20 February 2017
12:21:19 AM
Sambad News
ଦେବଗଡ଼

ମଦ ଭାଟି ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

By Sambad | Date: Jan 12 2017 10:30AM
ମଦ ଭାଟି ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଦେବଗଡ଼: ବାରକୋଟ ବ୍ଲକ୍‌ ବମ୍‌ପରଡ଼ା ପଞ୍ଚାୟତ ଗୋଳାବନ୍ଧ ଗାଁରେ ଥିବା ଦେଶୀ ମଦ ଭାଟି ଉଚ୍ଛେଦ ପାଇଁ ବୁଧବାର ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଭେଟି ଦାବି କରିବା ସହ ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁସାରେ ମଦ ଭାଟି ଯୋଗୁଁ ଗାଁରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଅଂଚଳରୁ ଏଠାକୁ ମଦ୍ୟପମାନେ ମଦ ପିଇବାକୁ ଆସୁଥିବା ବେଳେ ଅନେକ ସମୟରେ ସେମାନେ ମାଡ଼ପିଟ୍‌, ଗଣ୍ଡଗୋଳ କରୁଛନ୍ତି

ଫଳରେ ଗାଁରେ ସଦାବେଳେ ଅଶାନ୍ତି ସୃଷ୍ଟି ହେବା ସହ ଏକ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି। ପୁନଶ୍ଚ ଗାଁର ଝିଅ, ବୋହୂମାନେ ରାସ୍ତାରେ ଚାଲିବା ବି କଷ୍ଟକର ହୋଇପଡ଼ିଲାଣି। ତେଣୁ ଏହାର ପ୍ରତିବାଦ ତଥା ମଦ ଭାଟି ଉଚ୍ଛେଦ ଦାବି ନେଇ ମଙ୍ଗଳବାର ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ନିଷ୍ପତ୍ତିକ୍ରମେ ବୁଧବାର ବହୁ ସଂଖ୍ୟାରେ ଗ୍ରାମବାସୀ ଓ ଗାଁର ଏସ୍‌ଏଚ୍‌ଜି ସଦସ୍ୟାମାନେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ତୁରନ୍ତ ଭାଟି ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ଜଣାପଡ଼ିଛି।