24 May 2017
9:18:19 PM
image
Sambad News
ଢେଙ୍କାନାଳ

ଜଙ୍ଗଲରୁ ଦୁଷ୍କର୍ମ ପୀଡ଼ିତା ଉଦ୍ଧାର ଘଟଣା : ସହଯୋଗୀ ବୁନୁ ମହାନ୍ତି କୋର୍ଟ ଚାଲାଣ

By Sambad | Date: Dec 12 2016 5:55AM
ଜଙ୍ଗଲରୁ ଦୁଷ୍କର୍ମ ପୀଡ଼ିତା ଉଦ୍ଧାର ଘଟଣା : ସହଯୋଗୀ ବୁନୁ ମହାନ୍ତି କୋର୍ଟ ଚାଲାଣ
Photo Courtesy: newsdog.today

ଢେଙ୍କାନାଳ : ଯୁବତୀଙ୍କୁ ଦୁଷ୍କର୍ମ ପରେ ଜଙ୍ଗଲରେ ଫିଙ୍ଗିଦେବା ଘଟଣାରେ ଟାଉନ ଥାନା ପୁଲିସ ଅଭିଯୁକ୍ତର ଜଣେ ସହଯୋଗୀକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
 
ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ଥାନା ବଣସିଂହ ପଞ୍ଚାୟତ ନାଗେନା ଗ୍ରାମର ଶିବାଶିଷ ମହାନ୍ତି ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲେ। ଗତ ୫ ତାରିଖରେ ଭୁବନେଶ୍ୱର ଯିବା କହି ଯୁବତୀଙ୍କୁ ଢେଙ୍କାନାଳ ସେଣ୍ଟ୍ରାଲ ନର୍ସରୀ ପଛପାଖ ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ କରି ମାଡ଼ ମାରିବା ପରେ ମରି ଯାଇଥିବ ଭାବି ପଳାଇ ଆସିଥିଲେ। ଦୁଇଦିନ ପରେ  ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।
 
ପୀଡ଼ିତା ବାପାଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଶିବାଶିଷ୍‌କୁ ସେହିଦିନ ରାତିରେ କୋର୍ଟଚାଲାଣ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ବୁନୁ ମହାନ୍ତିକୁ ପୁଲିସ୍‌ ଅଟକ ରଖି ପଚରା ଉଚରା ଚଳାଇ ଥିବାବେଳେ ଦଫା ୩୬୬ ରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଟାଉନ୍‌ ଥାନା ଅଧିକାରୀ ଅଭିନବ ଡାଳୁଆ ପ୍ରକାଶ କରିଛନ୍ତି।

image