27 June 2017
7:33:19 AM
image
Sambad News
ଢେଙ୍କାନାଳ

ରଣିଆକଟାରେ ୬ ବଖରା ଜଳିଗଲା

By Sambad | Date: Dec 13 2016 5:59AM
ରଣିଆକଟାରେ ୬ ବଖରା ଜଳିଗଲା


କିଶୋରନଗର: କିଶୋରନଗର ବ୍ଲକ ରଣିଆକଟା ହାଇସ୍କୁଲ ସାହିରେ ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୨ ଟି ପରିବାରର ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଆଜି ପୂର୍ବାହ୍ନ ୧୦ ଟାରେ ହାଇସ୍କୁଲ ସାହିର ରମେଶ ଚନ୍ଦ୍ର ପ୍ରଧାନଙ୍କର ୩ ବଖରା ଏବଂ ଶାନ୍ତିଲତା ବେହେରାଙ୍କର ୩ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ବାମୁର ଦମକଳ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ।

କିଶୋରନଗର ତହସିଲଦାର ରବି ନାରାୟଣ ମାଝୀ, ବିଡ଼ିଓ ରବୀନ୍ଦ୍ର ନାଥ ମଲ୍ଲିକ, ସମିତିସଭ୍ୟ ସଞ୍ଜୟ ଦାଶ, ସରପଞ୍ଚ ଅମୀୟ ପ୍ରଧାନ ପ୍ରମୁଖ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଅଗ୍ନିବିପନ୍ନ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବିଡ଼ିଓ ଶ୍ରୀ ମଲ୍ଲିକ ପଞ୍ଚାୟତକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତହସିଲ ପକ୍ଷରୁ ପଲିଥିନ୍‌ ଯୋଗାଇ ଦିଆଯାଇଥିବାବେଳେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ମାଝୀ କହିଛନ୍ତି।