21 January 2017
11:47:05 AM
image
Sambad News
ଢେଙ୍କାନାଳ

ବିଦେଶୀ ଦ୍ରବ୍ୟ ନିଆଁ କୁଣ୍ଡରେ ଫିଙ୍ଗିଲେ

By Sambad | Date: Dec 15 2016 11:50AM
ବିଦେଶୀ ଦ୍ରବ୍ୟ ନିଆଁ କୁଣ୍ଡରେ ଫିଙ୍ଗିଲେ


ବଅଁରପାଳ: ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସୋମବାର ଗୀତା ଜୟନ୍ତୀ ଓ ସ୍ୱଦେଶୀ ଦିବସ ପାଳିତ ହୋଇଯାଇଛି। ତାଳଚେର ଭଗବତ ଗୀତା ମହାସଂଘର କର୍ମକର୍ତା ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି, ଶୁଚିସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଗୀତାର ମାହାତ୍ମ୍ୟ ଉପରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସ୍କୁଲ୍‌ ପ୍ରଧାନ ଆଚାର୍ଯ୍ୟ ପ୍ରଭାତ କୁମାର ମିଶ୍ର, ଆଚାର୍ଯ୍ୟ ତନ୍ମୟ କୁମାର ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟା ନର୍ମଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ୱଦେଶୀ ଦିବସ ପାଳିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ଘରେ ଥିବା ବିଦେଶୀ ଦ୍ରବ୍ୟ ଆଣି ସ୍କୁଲ୍‌ରେ ଅଗ୍ନିକୁଣ୍ଡରେ ନିକ୍ଷେପ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲ୍‌ ଆଚାର୍ଯ୍ୟ, ଆଚାର୍ଯ୍ୟା ସହଯୋଗ କରିଥିଲେ।