22 February 2017
10:53:57 PM
Sambad News
ଢେଙ୍କାନାଳ

କୂଅ ଭିତରେ କୁଟୁରା

By Sambad | Date: Dec 16 2016 12:18PM
କୂଅ ଭିତରେ କୁଟୁରା

ଢେଙ୍କାନାଳ,:ଢେଙ୍କାନାଳ ସହର ଉପକଣ୍ଠ ଶ୍ୟାମାଚରଣପୁରର ଜନୈକ ବ୍ୟକ୍ତିଙ୍କ କୂଅରେ ଏକ କୁଟୁରା ଖସି ପଡିଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଆଜି ମଧ୍ୟାହ୍ନ ଗୋଟାଏ ବେଳେ ଶ୍ୟାମାଚରଣପୁର ବାସିନ୍ଦା ବାଦଲ ପଟ୍ଟନାୟକଙ୍କ କୂଅରେ ଏକ କୁଟୁରା ଖସି ପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି କୁଟୁରାଟିକୁ ଉଦ୍ଧାର କରିଥିଲେ। ଆଶୁ ଚିକିତ୍ସା ପରେ  କୁଟରାଟିକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।