22 February 2017
11:42:44 AM
Sambad News
ଢେଙ୍କାନାଳ

ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

By Sambad | Date: Dec 19 2016 2:32AM
ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହକୁ ଆଜି ଟାଉନ୍‌ ଥାନା ପୁଲିସ୍‌ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଏକ ଅଜଣା ବୃଦ୍ଧ(୭୦)ଙ୍କ ଶବ ପଡ଼ି  ରହିଥିଲା। ଏ ସଂପର୍କରେ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ମୃତଦେହକୁ ଜବତ କରାଯାଇଛି। ବୃଦ୍ଧ ଜଣକ ଅସୁସ୍ଥ ହୋଇ ଚିକିତ୍ସାଳୟକୁ ଯାଇଥିଲେ। ଡାକ୍ତର ଅରୂପାନନ୍ଦ ମିଶ୍ର ତାଙ୍କର ଚିକିତ୍ସା କରି ଗୋଡ଼ରେ ବ୍ୟାଣ୍ଡେଜ୍‌ ମଧ୍ୟ କରିଥିଲେ। କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଯିବାରୁ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। 

 
ଏ ସଂପର୍କରେ  ଏକ ମାମଲା ରୁଜୁ ସହ ତଦନ୍ତ ଚାଲିଛି।  ମୃତ ବୃଦ୍ଧଙ୍କ ପାଖରୁ ଏକ ବ୍ୟାଗ୍‌ ଜବତ କରାଯାଇଥିବାବେଳେ ସେଥିରେ ଏକ ଷ୍ଟିଲ୍‌ ଢାଳ ଓ କଂସା ରହିଥିଲା। ସେ ଜଣେ ଭିକାରି ହୋଇଥିବା ଏବଂ ପର୍ଜଙ୍ଗ କିମ୍ବା ବାରିହାପୁର ଅଞ୍ଚଳର ବୋଲି ଅନୁମାନ କରାଯାଉଥିବା ତଦନ୍ତକାରୀ ଅଧିକାରୀ ତପନ ଭୋଇ କହିଛନ୍ତି। ବୃଦ୍ଧଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିଲେ ଟାଉନ୍‌ ଥାନାକୁ ଜଣାଇବାକୁ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।