22 August 2017
5:24:50 AM
image
Sambad News
ଢେଙ୍କାନାଳ

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

By Sambad | Date: Dec 21 2016 6:25AM
ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ତାଳଚେର: କଲିୟରୀ ଥାନା ଅନ୍ତର୍ଗତ ହିଙ୍ଗୁଳା କୋଇଲା ଖଣି ଶାଳବଣିଆ ପରିବହନ ରାସ୍ତା କଡ଼ରୁ ଏକ ଅଜଣା ମହିଳାଙ୍କ ମୃତଦେହକୁ ପୁଲିସ ଆଜି ଉଦ୍ଧାର କରିଛି। ଆଜି ଅପରାହ୍ନରେ ରାସ୍ତା ପାର୍ଶ୍ୱରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ତେବେ କିଭଳି ଓ କେଉଁ ପରିସ୍ଥିତିରେ ସେଠାକୁ ଶବ ଆସିଲା କିଛି ଜଣାପଡିନାହିଁ। ମହିଳାଙ୍କ ମୁଣ୍ଡରେ ଏକ କ୍ଷତ ଚିହ୍ନ ଏବଂ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।